Odisha Link
Bridging the Missing Links in Odisha

ସସ୍ମିତ ପାତ୍ର ହେଲେ ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିର ସଦସ୍ୟ

ନୂଆଦିଲ୍ଲୀ: ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ବ। ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିର ସଦସ୍ୟ ରୂପେ ରାଜ୍ୟସଭାର ବିଜେଡି ସାଂସଦ ସସ୍ମିତ ପାତ୍ର ନିର୍ବାଚିତ ହୋଇଛନ୍ତି। ସସ୍ମିତଙ୍କ ସମେତ ରାଜ୍ୟସଭାର ଆଉ ୫ ଜଣ ସଦସ୍ୟ ମଧ୍ୟ ଏହି କମିଟିର ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି । ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିରେ ଲୋକସଭାରୁ ୧୦ ଜଣ ଓ ରାଜ୍ୟ ସଭାରୁ ୫ ଜଣ ସାଂସଦ ସଦସ୍ୟ ରୂପେ ରହିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସୁଦ୍ଧା ଏହି କମିଟିର ଅଧ୍ୟକ୍ଷଙ୍କ ଚୟନ କରାଯାଇନାହିଁ । ଅପରପକ୍ଷେ ରାଜ୍ୟସଭାର ମନୋନୀତ ସଦସ୍ୟା ସୋନାଲ ମାନସିଂହଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ସିସି)ର କେନ୍ଦ୍ରୀୟ ଉପଦେଷ୍ଟା କମିଟିର ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି।

Comments are closed.