Odisha Link
Bridging the Missing Links in Odisha

ପୁଣିଥରେ କଂଗ୍ରେସର ମଙ୍ଗ ଧରିଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସରେ ଲାଗି ରହିଥିବା ନାଟକ ଶେଷରେ ସମାପ୍ତ ହୋଇଛି। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ୱାର୍କିଂ କମିଟି ସୋନିଆ ଗାନ୍ଧିଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରିଛି। ପୁଣିଥରେ କଂଗ୍ରେସ ଦଳର ମଙ୍ଗ ଧରିଛନ୍ତି ସୋନିଆ ଗାନ୍ଧି।ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ଏହି ଖବରକୁ ଗଣମାଧ୍ୟମକୁ ଦେଇଛନ୍ତି। ଏଥିସହିତ ରାହୁଲ ଗାନ୍ଧିଙ୍କ ଇସ୍ତଫା ଗୃହୀତ ହୋଇଥିବା ସେ ସୂଚନା ଦେଇଛନ୍ତି।

ଆଜି ଦିନ ତମାମ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ୱାର୍କିଂ କମିଟି ବୈଠକରେ ମାରାଥନ୍ ଆଲୋଚନା ହୋଇଥିଲା। ତେବେ ବୈଠକରେ କଶ୍ମୀର ପ୍ରସଙ୍ଗକୁ ଢାଲ କରି ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନ ହୋଇପାରି ନଥିବା ୱାୟନାଡ ସାଂସଦ ରାହୁଲ ଗାନ୍ଧି କହିଥିଲେ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଖାଲି ପଡିଥିଲା ଅଧ୍ୟକ୍ଷ ପଦ । ମେ ୨୫ରେ ରାହୁଲ ଇସ୍ତଫା ଦେବା ପର ଠାରୁ କିଏ ହେବ କଂଗ୍ରେସର ଅଧ୍ୟକ୍ଷ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ମଝିରେ ବଡ ବଡ ନେତାଙ୍କ ନାମ ଚର୍ଚ୍ଚା ହେଉଥିଲେ ବି ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ହେବେନି ବୋଲି ସ୍ପଷ୍ଟ କରା ଯାଇଥିଲା ।

ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବେ।

Comments are closed.