Odisha Link
Bridging the Missing Links in Odisha

ପାକିସ୍ତାନରେ ଟମାଟୋ କିଲୋ ୩୦୦

ନୂଆଦିଲ୍ଲୀ: ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରି ଏକ ଐତିହାସିକ ନିଷ୍ପତ୍ତି ନେଲେ। ଏହି ନିଷ୍ପତ୍ତିକୁ ବିରୋଧ କରି ଭାରତ ସହ ସମସ୍ତ ବ୍ୟବସାୟିକ ଚୁକ୍ତି ଓ ସାଂସ୍କୃତିକ ସଂପର୍କକୁ ଛିନ୍ନ କରିଛି ପାକିସ୍ତାନ। ହେଲେ ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ୱାଧୀନ ସରକାରଙ୍କ ଏ ନିଷ୍ପତ୍ତି ନିଜ ଦେଶ ପାଇଁ ଅସୁବିଧାର କାରଣ ପାଲଟିଛି। ପରିଣାମ ସ୍ୱରୂପ ପାକିସ୍ତାନରେ ଟମାଟୋ କିଲୋ ପିଛା ୩୦୦ ଟଙ୍କା ପାର୍ ହୋଇଛି। କାରଣ ଭାରତରୁ ପାକିସ୍ତାନକୁ ପ୍ରତିଦିନ ପରିବା ଯାଉଥିଲା। ପାକିସ୍ତାନ ସରକାର ଭାରତ ସହିତ ବ୍ୟବସାୟିକ ସଂପର୍କ ଛିନ୍ନ କରିବା ପରେ ଅନ୍ୟାନ୍ୟ ପରିବାର ସହିତ ଟମାଟୋ ମଧ୍ୟ ସେଠାକୁ ଯାଇ ପାରୁ ନାହିଁ। ତେଣୁ ସେଠାରେ ଏଭଳି ଭୟଙ୍କର ସ୍ଥିତି ଦେଖା ଦେଇଛି।

ପାକିସ୍ତାନ ଭାବିଥିଲା, ବ୍ୟବସାୟିକ ସଂପର୍କ ଛିନ୍ନ କଲେ ଭାରତ ଅଡ଼ୁଆରେ ପଡ଼ିବ। କିନ୍ତୁ ଫଳ ଓଲଟା ହେଲା। ପାକିସ୍ତାନର ଏ ନିଷ୍ପତ୍ତି ଦ୍ୱାରା ଏଯାଏ ଭାରତର କିଛି ହାନି ହୋଇନାହିଁ। ଭାରତୀୟ ଟ୍ରକ୍‌ ଅପରେଟର୍‌ ସଂଘ ପକ୍ଷରୁ କୁହାଯାଇଛି, ଅଟ୍ଟାରି ସୀମାରେ ଥିବା ଭାରତୀୟ ଟ୍ରକ୍‌ ବେପାରୀ ଓ ଚାଷୀଙ୍କର କ୍ଷତି ହେବ ବୋଲି ଭାବି ଭାରତ ସହିତ ବ୍ୟବସାୟିକ ଚୁକ୍ତି ବାତିଲ କରିଥିଲା ପାକିସ୍ତାନ। ହେଲେ ଏପରି ପଦକ୍ଷେପ ନେଇ ପାକିସ୍ତାନ ତା’ ମୂର୍ଖାମୀର ପରିଚୟ ଦେଇଛି। ବ୍ୟବସାୟିକ ଚୁକ୍ତି ବାତିଲ୍ ହେବା ପୂର୍ବରୁ ହିଁ ପାକିସ୍ତାନରେ ପରିବା ଦାମ୍ ଅତ୍ୟଧିକ ରହିଥିଲା। ଏବେ ଏହା ଆହୁରି ବଢ଼ିବ। କାରଣ ଏବେ ଯେଉଁଠାରୁ ପରିବା ଆମଦାନୀ କରିବ ଅଧିକ ଅର୍ଥ ବ୍ୟୟ କରିବ। ଏମିତିରେ ତ ଦେଶରେ ଆର୍ଥିକ ସ୍ଥିତି ଖରାପ ରହିଛି। ଖାଲି ପରିବା ଦର ନୁହେଁ, ପାକିସ୍ତାନରେ ଗୋଟିଏ ରୁଟିର ଦାମ୍‌ ହୋଟେଲ୍‌ ଗୁଡ଼ିକରେ ୮ରୁ ୧୦ ଟଙ୍କା ଥିବାବେଳେ ତନ୍ଦୁରୀ ରୁଟିର ଦାମ ୧୨ରୁ ୧୫ ଟଙ୍କା ରହିଛି।

Comments are closed.