Odisha Link
Bridging the Missing Links in Odisha

ଅଗଷ୍ଟ ୩୧ ପରେ ମିଳିବନି ଟଙ୍କିକିଆ ଚାଉଳ!

ଭୁବନେଶ୍ୱର : ଆପଣ ସରକାରୀ ଯୋଜନାରେ ଟଙ୍କକିଆ ଚାଉଳ ପାଉଛନ୍ତି କି? ଯଦି ଆଧାର କାର୍ଡ ସହ ଆଧାର ସଂଯୋଗ ହୋଇନାହିଁ ତେବେ ଅଗଷ୍ଟ ୩୧ ପରଠାରୁ ଆପଣ ଏ ସୁବିଧାରୁ ବଞ୍ଚିତ ହେବେ।

ଆପଣ ଦୁଇଟି ସ୍ଥାନରୁ ରାସନ କାର୍ଡ ସାହାଯ୍ୟରେ ସରକାରୀ ଚାଉଳ ନେଉଛନ୍ତି କି! ତେବେ ସାବଧାନ ରୁହନ୍ତୁ ଆପଣ। କାରଣ
ଧରାପଡ଼ିଲେଣି ଏମିତି ଲକ୍ଷେରୁ ଅଧିକ ହିତାଧିକାରୀ। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। କାରଣ ରାସନ କାର୍ଡ ସହ ଆଧାର ସଂଯୋଗ କରିବାକୁ ନିୟମ ହେବା ପରେ ଦୁଇଟି ସ୍ଥାନରୁ ଟଙ୍କିକିଆ ଚାଉଳ ନେଉଥିବା ହିତାଧିକାରୀ ଏବେ ସରକାରଙ୍କ ନଜରରେ।

ତା ହେଲେ ଜାଣି ରଖନ୍ତୁ ଅଗଷ୍ଟ ୩୧ ସୁଦ୍ଧା ରାସନ କାର୍ଡ ସହ ଆଧାର ଲିଙ୍କ୍ ନ କଲେ ଆଉ ମିଳିବନି ଚାଉଳ। ପୂର୍ବରୁ ଏହି ଡେଡ୍‌ଲାଇନ୍ ଜୁଲାଇ ୩୧ ଥିବା ବେଳେ ଏବେ ଅଗଷ୍ଟ ୩୧କୁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଖାଦ୍ୟ ଯୋଗାଣ ବିଭାଗ। ମାନେ, ବିନା ଆଧାର ଲିଙ୍କରେ ଆଉ ମିଳିବନି ସରକାରୀ ଚାଉଳ।  ଚଳିତ ମାସ ଶେଷ ସୁଦ୍ଧା ରାସନ କାର୍ଡ ସହ ଆଧାର ଲିଙ୍କ ନ କଲେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେବେ ହିତାଧିକାରୀ। ଖୋଦ୍ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏ ସୂଚନା ଦେଇଛନ୍ତି।

ଚଳିତମାସ ଶେଷ ସୁଦ୍ଧା ରାସନକାର୍ଡ ସହ ଆଧାର ଲିଙ୍କ ହୋଇନଥିବା ୩୪ ଲକ୍ଷ ୫୨ ହଜାର ହିତାଧିକାରୀଙ୍କୁ ଯୋଡ଼ିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଯୋଗାଣ ବିଭାଗ ପଞ୍ଚାୟତ ଓ ବ୍ଲକ ସ୍ତରରେ ଏଥିପାଇଁ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ କୁହାଯାଇଛି। ଏପଟେ  ଆଧାର ଲିଙ୍କ ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ ଦୌଡ଼ି ହିତାଧିକାରୀ ନିରାଶ ହେଉଥିବା ଅଭିଯୋଗ ମଧ୍ୟ ଆସୁଛି।

Comments are closed.