Odisha Link
Bridging the Missing Links in Odisha

ଆଜି ରାତି ୯ଟାରେ ମୋଦିଙ୍କ ଦୁଃସାହସିକ ଜଙ୍ଗଲ ଯାତ୍ରା

ନୂଆଦିଲ୍ଲୀ: ଡିସକଭରୀ ଚାନେଲର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ କାର୍ଯ୍ୟକ୍ରମରେ ଆଜି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମ ଉପସ୍ଥାପକ ବିଅର୍‌ ଗ୍ରିଲଙ୍କ ସହ ଭାରତର ଘଞ୍ଚ ବନାନୀ ଭିତରେ ମୋଦିଙ୍କ ଦୁଃସାହସିକ ଯାତ୍ରାର ଦୃଶ୍ୟ ଆଜି ରାତି ୯ଟାରେ ଡିସକଭରୀ ଚାନେଲରେ ପ୍ରସାରିତ ହେବ।

ବନ୍ୟପଶୁ ସଂରକ୍ଷଣ ଲାଗି ସଚେତନତା ସୃଷ୍ଟି ଏ କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଡିସକଭରୀ ଚାନେଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଭାରତ ସମେତ ୧୮୦ଟି ଦେଶରେ ବିଭିନ୍ନ ଭାଷାରେ ଏହି କାର୍ଯ୍ୟକ୍ରମକୁ ଦର୍ଶକ ଦେଖିପାରିବେ।

ସତ ବାଘ ସହ ମୁହାଁମୁହିଁ ମୋଦି, ଦେଖନ୍ତୁ ଭିଡିଓ

Comments are closed.