Odisha Link
Bridging the Missing Links in Odisha

ହରିଶଙ୍କରରେ ପୀଠରେ ବନ୍ୟା ପରିସ୍ଥିତି

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ରେ ଲାଗିରହିଛି ପ୍ରବଳ ବର୍ଷା। ଦିନ ତମାମ ଲଗାଣ ବର୍ଷା ଲାଗି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ଫଳରେ ହରିଶଙ୍କର ଡ୍ୟାମରେ ଜଳସ୍ତର ବୃଦ୍ଧିପାଇ ୧୦ଫୁଟରୁ ଉର୍ଦ୍ଧର ପାଣି ମାଡ଼ି ଆସିଥିଲା। ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଶ୍ରାବଣ ଶେଷ ସୋମବାର ଥିବାରୁ ହରିଶଙ୍କରରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ହରିଶଙ୍କରରେ ପ୍ରାୟ ୪୦ହଜାରରୁ ଉଦ୍ଧଭକ୍ତ ଆଜି ବାବା ହରିଶଙ୍କର ଦର୍ଶନ କରିବାକୁ ଆସିଥିଲେ।ମାଟି ଅତଡା ଖସିବା ସହ ୧୦ ଫୁଟର ପାଣି ମାଡି ଆସିବାରୁ ଭକ୍ତମାନେ ଭୟରେ ଇଆଡ଼େ ସିଆଡ଼େ ଧାଇଁବାକୁ ଆରମ୍ଭ କରିଥିଲେ ।

ତେବେ ଝରଣାର ଶ୍ରୋତ ଏତେ ପ୍ରଖର ଥିଲା ଯେ ସେଠାରେ ଥିବା ହନୁମାନ ମୂର୍ତ୍ତୀ ତାରିପାଖରେ ଥିବା ଲୁହା ରେଲିଙ୍ଗକୁ ମଧ୍ୟ ଭାଙ୍ଗି ଦେଇଥିଲା। ହଠାତ ପାଣି ମାଡି ଆସିବାରୁ ଝରଣା ଆରପଟେ ଥିବା ଭକ୍ତମାନେ ଫସିଯାଇଥିଲେ। ଭୟରେ ଚିତ୍କାର କରିବାକୁ ଲାଗିଥିଲେ ଭକ୍ତ। ହରିଶଙ୍କରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

 

 

Comments are closed.