Sun. Aug 25th, 2019

Odisha Link

bridging the missing links in odisha

ବଢ଼ିବାରେ ଲାଗିଛି ହୀରାକୁଦର ଜଳସ୍ତର

1 min read
  •  
  • 1
  •  
  •  
  •  
  •  
  •  

ସମ୍ବଲପୁର : ଲଗାଣ ବର୍ଷା ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଆମନ୍ତ୍ରଣ କଲାଣି। ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିପାଇ ୬୧୭.୦୬ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧,୦୭,୪୦୦ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୧୬,୮୩୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳ ଭଣ୍ଡାରରେ ୭୧ ହଜାର ୫୦୭ ଘନଫୁଟ ଜଳ ସବୁବେଳେ ମହଜୁଦ୍‍ ରହୁଥାଏ। ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଏହା ସାମ୍ଭବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ।

  • 1
    Share