Odisha Link
Bridging the Missing Links in Odisha

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବ ନାହିଁ ଆମେରିକା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ମାମଲାରେ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ମାମଲା। ଏଣୁ ଏହା ଭିତରେ ଆମେରିକା ମୁଣ୍ଡ ପୁରାଇବନି ବୋଲି ସେ ସଫା ସଫା କହିଛନ୍ତି।

ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲ କହିଛନ୍ତି, “ଆମେରିକା କଶ୍ମୀର ପ୍ରସଙ୍ଗରେ ଆଉ କେବେ ହେଲେ ମଧ୍ୟସ୍ଥତା କଥା ଉଠାଇବ ନାହିଁ ବୋଲି ସ୍ପଷ୍ଟ କରିଛି। ହେଲେ ଭାରତ ଓ ପାକିସ୍ତାନକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ଲାଗି ରହିଥିବା ବିବାଦର ସମାଧାନ ପାଇଁ ପରାମର୍ଶ ଦେଇଛି। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟସ୍ଥତା କଥା ଉଠାଇଥିଲେ ସତ, ହେଲେ ଏହାକୁ ଗ୍ରହଣ କରିବା କିମ୍ବା ନ କରିବା ଭାରତ ଓ ପାକିସ୍ତାନ ଉପରେ ନିର୍ଭର କରେ ବୋଲି ସେ କହିଥିଲେ। ଭାରତ ଯେହେତୁ ମଧ୍ୟସ୍ଥତାକୁ ଗ୍ରହଣ କରିବ ନାହିଁ ବୋଲି କହିଥିଲା, ତେଣୁ ଆମେରିକା କେବେ ହେଲେ ମଧ୍ୟସ୍ଥତା ପ୍ରସଙ୍ଗ ଆଉ ଉଠାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି।”

Comments are closed.