Odisha Link
Bridging the Missing Links in Odisha

ଇଦ୍-ଉଲ୍-ଜୁହାରେ ବି ସ୍ତ୍ରୀକୁ ତଲାକ୍ ଦେଲେ ସ୍ୱାମୀ

ବାଲେଶ୍ୱର : ଟ୍ରିପଲ ତଲାକ୍‌କୁ ଦଣ୍ଡନୀୟ ଅପରାଧ ବୋଲି ଆଇନ ଅଣାଯିବା ପରେ ବି ଥମୁନି ଟ୍ରିପଲ୍ ତଲାକ୍ ଅଭିଯୋଗ। ଇଦ୍-ଉଲ୍-ଜୁହାରେ ବି ସ୍ୱାମୀ ପତ୍ନୀଙ୍କୁ ତିନି ତଲାକ ଦେଇଛି। ଏଭଳି ଅଭିଯୋଗ ଆସିଛି ସୋର ପଠାଣ ମହଲାରୁ। ଏ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ପୀଡ଼ିତା।
ତାଙ୍କ ଅଭିଯୋଗ ଅନୁସାରେ, ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା। ତାଙ୍କୁ ଦୀର୍ଘ ଦିନ ହେଲାଣି ନିର୍ଯାତନା ଦିଆଯାଉଥିଲା। ଶାଶୂ ଘର ଲୋକେ ତାଙ୍କୁ ହଇରାଣ, ହରକତ କରୁଥିଲେ। ତେବେ ଗତକାଲି ଇଦ୍ ଥିବାବେଳେ ଖର୍ଚ୍ଚ ପାଇଁ ମହିଳାଜଣଙ୍କ ସ୍ୱାମୀଙ୍କ ଦୋକାନକୁ ଯାଇଥିବାଳେ ଖର୍ଚ୍ଚ ଦେବା ବଦଳରେ ସ୍ୱାମୀ ତାଙ୍କୁ ଗାଳିଗୁଲଜ କରିବା ସହ ତିନି ତଲାକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି। ତେବେ ଏନେଇ ସ୍ୱାମୀ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Comments are closed.