Odisha Link
Bridging the Missing Links in Odisha

ସେଣ୍ଟ୍‌ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲରେ ଛାୟା ଜାତିସଂଘ ଉଦ୍‌ଯାପିତ

ଭୁବନେଶ୍ବର : ଭୁବନେଶ୍ବର ସତ୍ୟନଗର ସ୍ଥିତ ହୋଟେଲ୍‌ ରୟାଲ୍‌ ସୁଇଟ୍‌ ପ୍ରେକ୍ଷାଳୟରେ ସେଣ୍ଟ୍ ଜାଭିୟର ଇଣ୍ଟରନ୍ୟାସ୍‌ନାଲ ସ୍କୁଲରେ ଗତ ତିନି ଦିନ ଧରି ଚାଲିଥିବା ଛାୟା ଜାତିସଂଘ ଉତ୍ସବ ଉଦ୍‌ଯାପିତ ହୋଇ ଯାଇଅଛି। ଏହି ସମ୍ମିଳନୀକୁ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୧ ର ପ୍ରିନ୍‌ସିପାଲ ଆର୍ତତ୍ରାଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗଦାନ କରି ପ୍ରତିଯୋଗିଙ୍କୁ ପ୍ରୋତ୍ସାହିତ କରିଥିଲେ।

ସମ୍ମିଳନିର ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦାନ କରି ଛାତ୍ରଛାତ୍ରୀ ତଥା ପ୍ରତିଯୋଗି ମାନଙ୍କୁ ସମ୍ବୋଦ୍ଧିତ କରିଥିଲେ। ସ୍କୁଲର ଚେୟାରମ୍ୟାନ୍ ଡ.ବଦ୍ରିନାଥ ପଟ୍ଟନାୟକଙ୍କ ପୌରୌହିତ୍ୟରେ ସଭା ପରିଚାଳନା କରାଯାଇଥିଲା। ସଭାରେ ସମ୍ମାନିତ ଅତିଥି ଭାବେ ବିଜେଡ଼ିର ବକ୍ତା ଶୁଲତା ଦେଓ, ଆଇନ୍‌ଜିବୀ ତଥା ସମାଜସେବୀ ବନବିହାରି ମହାନ୍ତି, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗଦାନ କରି ପ୍ରତିଯୋଗୀଙ୍କୁ ପ୍ରୋତ୍ସାହିତ କରିଥିଲେ। ସ୍କୁଲର ଭାଇସ୍‌ ଚେୟାରମ୍ୟାନ ଡ.ନିବେଦିତା ପଟ୍ଟନାୟକ, ଇଡିର ମିତ୍ରା ରାୟ ଉପସ୍ଥିତ ଥିବାବେଳେ ଶିକ୍ଷା ନିର୍ଦ୍ଦେଶିକା ଗାୟତ୍ରୀ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ।

ସମ୍ମିଳନିର ଆଲୋଚନାର ବିଷୟ ବସ୍ତୁ ଥିଲା। ବିଶ୍ବକୁ ପରମାଣୁ ନିରସ୍ତ୍ରୀକରଣ କରିବା। ଏହାର ସପକ୍ଷ ଓ ବିପକ୍ଷରେ ବିଶ୍ବ ସମୁଦାୟର ଲାଭ କଣ ଓ କ୍ଷତି କଣ ଏହା ଉଭୟ ଆଲୋଚାନା କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ବୈଧିକ ବିକାଶ କରାଇ ଏକ ଶୀର୍ଶ ସ୍ଥାନରେ ପହଞ୍ଚାଇବା ଉଦେଶ୍ୟରେ ଚେୟାର୍‌ମ୍ୟାନ ଡ. ପଟ୍ଟନାୟକଙ୍କ ଏହି ପ୍ରୟାସ। ଅତିଥି ମାନେ ଛାୟା ଜାତିସଂଘ ପରି ଏକ ସମ୍ମିଳନୀରେ ଯୋଗଦେଇଥିବା ପ୍ରତିଯେଗୀମାନଙ୍କୁ ଖୁବ୍‌ ପ୍ରଶଂସା କରିବା ସହିତ ସେମାନଙ୍କୁ ନିତି ଶିକ୍ଷା ମଧ୍ୟ ପ୍ରଦାନ କରିଥିଲେ। ପିଲାମେନେ ନିଜକୁ ନିର୍ଭିକ ଭାବରେ ସବୁ କ୍ଷେତ୍ରରେ ନିଜକୁ ଉପସ୍ଥାପନ କରିବା ଉଚିତ ବୋଲି କହିଥିଲେ। ଭୁଲକୁ ନଡରି ନିଜ ଭୁଲକୁ ସୁଧାରି ଯିଏ ନିଜକୁ ଉପସ୍ଥାପିତ କରାଇ ପାରିଛି ସେ ହିଁ ପ୍ରକୃତ ବିଜେତା ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରତିଯୋଗୀ ମାନଙ୍କୁ ବୁଝାଇ ଥିଲେ। ପିଲାମାନେ ପ୍ରଥମେ ନିଜ ପିତାମାତାଙ୍କର ସମ୍ମାନ ଏବଂ ଭକ୍ତି ଜଣାଇବା ଉଚିତ ବୋଲି ଅତିଥି ମାନେ ଗୁରୁତ୍ବ ଆରୋପ କରିଥିଲେ। ଗିତାଞ୍ଜଳି ପଣ୍ଡା, ସୁଦିପ୍ତା ପଟ୍ଟନାୟକ, ରାଜଲକ୍ଷ୍ମୀ ପଟ୍ଟନାୟକ, ସୁସ୍ମିତା ମହାପାତ୍ର, ଶୁଭସ୍ମିତା ମହାନ୍ତି ପ୍ରମୁଖ ବିଭିନ୍ନ ଶାଖାର ଅଧ୍ୟକ୍ଷା ମାନେ ଯୋଗଦାନ କରି ପ୍ରତିଯୋଗିମାନଙ୍କୁ ମାର୍ଗଦର୍ଶାଇଥିଲେ। ଉକ୍ତ ସମ୍ମିଳନିରେ ପ୍ରାୟ ୩୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବରେ କୃତି ପ୍ରତିଯୋଗିମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରାଯିବା ସହ ଅନ୍ୟ ସମସ୍ତ ପ୍ରତିଯୋଗି ମାନଙ୍କୁ ପ୍ରମାଣ ପତ୍ର ମଦାନ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀଟକୁ ସାଫଲ୍ୟ ମଣ୍ଡିତ କରାଇ ଥିବାରୁ ଚେୟାମ୍ୟାନ୍‌ ଡ. ପଟ୍ଟନାୟକ ସମସ୍ତ ପ୍ରତିଯୋଗି, ଛାତ୍ରଛାତ୍ରୀ, କର୍ମକର୍ତ୍ତା, ପ୍ରିନ୍‌ସିପାଲ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Comments are closed.