Odisha Link
Bridging the Missing Links in Odisha

ତ୍ରିରଙ୍ଗା ରାଲିକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ, ଦେଖନ୍ତୁ ଭିଡିଓ

ଖୋର୍ଦ୍ଧା: ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ କଲେଜରେ ଦୁଇ ଛାତ୍ର ଗୋଷ୍ଠି ମୁହାଁମୁହିଁ। କଲେଜ ପରିସରରେ ହେଉଥିବା ତ୍ରିରଙ୍ଗା ରାଲିକୁ ବିରୋଧ କରି ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ମୁହାଁମୁହିଁ ହୋଇଥିବା ଖବର ଆସିଛି। ଗୋଟିଏ ଛାତ୍ରଗୋଷ୍ଠି କଲେଜ ପରିସରରେ ତ୍ରିରଙ୍ଗା ରାଲି କରୁଥିବା ସମୟରେ ଆଉ ଏକ ଛାତ୍ର ଗୋଷ୍ଠି ଏହାକୁ ବିରୋଧ କରିଥିଲେ। ଫଳରେ କଲେଜ ପରିସର ଅଶାନ୍ତ ରହିଥିବା ଖବର ଆସିଛି।

ମିଳିଥିବା ସୂଚନା ମୁତାବିକ ଏକ ଛାତ୍ର ଗୋଷ୍ଠି ଆଜି କଳେଜ ପରିସରରେ ତ୍ରିରଙ୍ଗା ର‍୍ୟାଲି କରିଥିଲେ। ବିଶାଳ ତ୍ରିରଙ୍ଗା ପତାକା ଧରି କଲେଜ ପରିସରରେ ଶୋଭାଯାତ୍ରା କରୁଥିଲେ। ଅପରପକ୍ଷେ ଅନ୍ୟ ଏକ ଛାତ୍ରଗୋଷ୍ଠି ଏହାକୁ ବିରୋଧ କରିଥିଲେ। ଦୁଇ ଗୋଷ୍ଠି ମଧ୍ୟରେ ପାଟିତୁଣ୍ଡ ଲାଗିବା ପରେ ତ୍ରିରଙ୍ଗା ରାଲିକୁ ଅଧାରୁ ବନ୍ଦ କରାଯାଇଥିଲା। ଏଭଳି ବ୍ୟବହାରକୁ ବିରୋଧ କରି ତ୍ରିରଙ୍ଗା ରାଲି କରୁଥିବା ଛାତ୍ରଗୋଷ୍ଠୀ କଲେଜରେ ଧାରଣା ଦେଇଥିବା ଖବର ଏବେ ଆସିଛି।

ସୂଚନାଥାଉକି, କିଛିଦିନ ତଳେ ଗଣମାଧ୍ୟରେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ୧୯ରେ ହେବ ବୋଲି ପ୍ରକାଶ ପାଇଥିଲା। ଛାତ୍ର ସଂସଦ ନିର୍ବାଚନକୁ ଆଉ ମାତ୍ର ଦେଢମାସ। ଏଥିନେଇ ଛାତ୍ରନେତା, ସମର୍ଥକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢିଲାଣି। ଫଳରେ କ୍ୟାମ୍ପସ୍‌ ମାହୋଲ ସରଗରମ ହେଲାଣି। ପ୍ରତ୍ୟେକ ଛାତ୍ର ସଙ୍ଗଠନର ଛାତ୍ର ନେତାମାନେ ନିଜର ସଜବାଜ ଆରମ୍ଭ କରିଥିବା ବେଳେ ଆଶାୟୀ ପ୍ରାର୍ଥିମାନେ ନିଜର ନିଜର ସଜବାଜ ଆରମ୍ଭ କରି ସାରିଲେଣି। ଅପରପକ୍ଷେ ଆଶାୟୀ ପ୍ରାର୍ଥୀମାନେ ପିଲାଙ୍କ ନିକଟବର୍ତ୍ତୀ ହେବା ପାଇଁ ନାନା ତରିକା ଆପଣେଇଲେଣି।

Comments are closed.