Odisha Link
Bridging the Missing Links in Odisha

ରାଜସ୍ଥାନରୁ ରାଜ୍ୟସଭା ଯିବେ ମନମୋହନ ସିଂହ

ଜୟପୁର: ପୁଣିଥରେ ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସେଥିପାଇଁ ଆଜି ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି ମନମୋହନ ସିଂହ। ଆଜି ଏଥିପାଇଁ ଶ୍ରୀ ସିଂହ ସକାଳ ୧୦ଟା ବେଳେ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ସ୍ୱାଗତ କରିଥିଲେ।

ଏୟାରପୋର୍ଟରୁ ଗେହଲଟଙ୍କ ସହ ମିଶି ଶ୍ରୀ ସିଂହ ହୋଟେଲ ମାରିଅଟରେ ପହଞ୍ଚିଥିଲେ। ଏଠାରେ ଶ୍ରୀ ସିଂହ ଉଭୟ ଗେହଲଟ ଓ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ କଥା ହୋଇଥିଲେ। ଏହାପରେ ମନମୋହନ ସିଂହ ବିଧାନସଭାକୁ ଯାଇ ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ଉଭୟ ଗେହଲଟ ଓ ସଚିନ ଉପସ୍ଥିତ ରହିଥିଲେ। ଦୀର୍ଘ ୩ ଦଶନ୍ଧି ଧରି ମନମୋହନ ସିଂହ ଆସାମରୁ ରାଜ୍ୟସଭାକୁ ମନୋନୀତ ହେଉଥିଲେ। ତେବେ ଏଥର ସେ ରାଜସ୍ଥାନରୁ ରାଜ୍ୟସଭାକୁ ଯିବେ। କଂଗ୍ରେସ ରାଜସ୍ଥାନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ମନମୋହନ ଜିତିବା ଏକ ପ୍ରକାରର ନିଶ୍ଚିତ। ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ରେ ଶେଷ ହେବ।

Comments are closed.