Odisha Link
Bridging the Missing Links in Odisha

୨୦ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର : ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ହୀରାକୁଦ ଡ୍ୟାମର ଜଳସ୍ତର ୬୨୦ ଫୁଟ ଡେଇଁଛି। ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୮୭ ଫୁଟ୍‌ ରହିଥିବା ସୂଚନା ମିଳିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଡ୍ୟାମକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୧ ହଜାର ୫୫୦ ଘନଫୁଟ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୮ ହଜାର ୨୯୫ ଘନଫୁଟ ଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି।
ଗତ ୧୪ ତାରିଖରୁ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଚାଲିଛି। ଫଳରେ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟାଜଳ ଆସିଛି। ଅନେକ ନଦୀରେ ବନ୍ୟାଜଳ ବିପଦସଙ୍କେତ ନିକଟତର ହୋଇଛି। ଆଗକୁ ଡ୍ୟାମରୁ ପାଣି ନିଷ୍କାସନ ଜାରି ରହିଲେ ଅନେକ ଅଞ୍ଚଳରେ ବନ୍ୟା ହେବା ଆଶଙ୍କା ପ୍ରକାଶ ପାଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲା ଦେଇ ଯାଇଥିବା ନଦୀ କୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିଛି। କେତେକ ସ୍ଥାନରେ ରାସ୍ତାଘାଟରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

 

Comments are closed.