Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ

ବାଲିଗୁଡା : ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ ହୋଇଛି। ଆଜି ଭୋର ୪ଟାରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି ହୋଇଯାଇଥିଲା।
ସାହୁରା ମଲ୍ଲିକ କଂଗ୍ରେସର ଜଣେ ଦକ୍ଷ ନେତା ଥିଲେ। ବାଲିଗୁଡା ନିର୍ବାଚନ ମଣ୍ଡଳୀରୁ ସେ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ୧୯୭୪ ମସିହାରୁ ୧୯୭୯, ୧୯୮୫ ରୁ ୧୯୯୫ ପର୍ଯ୍ୟନ୍ତ ସେ ବାଲିଗୁଡା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ, ବାଲିଗୁଡା ସମେତ କଂଗ୍ରେସ କର୍ମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

Comments are closed.