Odisha Link
Bridging the Missing Links in Odisha

ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ

ଭୁବନେଶ୍ୱର: ରାଜ୍ୟ ସରକାର ମେଡିକାଲ ବଣ୍ଡ ପଲିସି ନିୟମକୁ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଚଳିତ ବର୍ଷ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ନୂତନ ନିୟମଗୁଡ଼ିକ ହେଲା-

୧- ଏମବିବିଏସ ପରେ ପିଜି କୋର୍ସ କଲେ ଏବେ ରାଜ୍ୟରେ ରହିବାକୁ ବାଧ୍ୟ।
୨- ସରକାରୀ ମେଡିକାଲ କଲେଜରେ ଏମବିବିଏସ କରି ପିଜି କଲେ ରାଜ୍ୟରେ ରହିବାକୁ ପଡ଼ିବ।
୩- ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ।
୪- ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷ କାମ କରିବାକୁ ବାଧ୍ୟ।
୫- ଯଦି ରାଜ୍ୟ ସରକାରଙ୍କ ଅଧୀନରେ କାମ ନକରନ୍ତି ତେବେ ପାଉଣା ଗଣିବାକୁ ପଡ଼ିବ।
୬- ପିଜି ପିଲା ଦେଢ଼ କୋଟି ଦେବାକୁ ଥିବାବେଳେ ସୁପର ସ୍ପେଶାଲିଷ୍ଟ ପିଲା ୨ କୋଟି ପାଉଣା ଗଣିବେ।

Comments are closed.