Odisha Link
Bridging the Missing Links in Odisha

ଶ୍ବଶୁର ଘରୁ ମିଳିଲା ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଗଡାବିସା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ବଶୁର ଘରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଉଦୟନାଥ ସାହୁ।
ମିଳିଥିବା ସୂଚନା ଅନୁସାରେ, ଉଦୟଙ୍କ ଘର ଖଜୁରିପଡା ଗାଁରେ। କିଛିଦିନ ହେଲା ଶ୍ବଶୁର ଘରେ ରହୁଥିଲେ ଉଦୟ। ତେବେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଜି.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.