Odisha Link
Bridging the Missing Links in Odisha

ବନ୍ଧୁକ ଦେଖାଇ ଖାଇଲେ ଛେଚା

ଭୁବନେଶ୍ୱର: ବନ୍ଧୁକ ଦେଖାଇଲେ ଛେଚା ଖାଇଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ରସୁଲଗଡ ଛକରେ । ଯୁବକ ଜଣଙ୍କ ବନ୍ଧୁକ ଦେଖାଇ ଛକରେ କିଛି ସମୟ ପାଇଁ ଆତଙ୍କ ଖେଳାଇଥିଲେ । ତାପରେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ ସ୍ଥାନୀୟ ଲୋକେ । ତାପରେ ବନ୍ଧୁକ ସହ ସେହି ଯୁବକଙ୍କୁ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।
ମିଳିଥିବା ସୂଚନା ଅନୁସାରେ ପ୍ରଦ୍ୟୁମ୍ନ କୁମାର ଶ୍ରୀଚନ୍ଦନ ରାୟ ନାମକ ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ପାଇଁ ବାଟ ଦେଖାଉଥିବା ବେଳେ ଭୁଲବଶତଃ ଗାଡ଼ିକୁ ରାସ୍ତାରେ ପାର୍କ କରିଦେଇଥିଲେ । ଆଉ ଏଥିପାଇଁ ଅଭିଯୁକ୍ତ ଯୁବକ ପ୍ରଦ୍ୟୁମ୍ନଙ୍କ ସହ ଯୁକ୍ତି ଆରମ୍ଭ କରିଦେଇଥିଲେ । ତୁରନ୍ତ ରାସ୍ତାରୁ ଗାଡ଼ି କାଢ଼ିବା ପାଇଁ ବନ୍ଧୁକ ଦେଖାଇ ଧମକାଇଥିଲେ । ଏପରି ଘଟଣା ଦେଖି ଦେଖଣାହାରୀ ଘଟଣାସ୍ଥଳରେ ଘଡ଼ିଏ ଅଟକି ଯାଇଥିଲେ ।

Comments are closed.