Odisha Link
Bridging the Missing Links in Odisha

ପୁଣି ଥରେ ବିବାଦରେ ପପୁ ପମପମ

ଭୁବନେଶ୍ୱର: ପୁଣି ଥରେ ବିବାଦରେ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମପମ । ତେବେ ଅନେକ ସମୟରେ ବ୍ୟକ୍ତିଗତ କାରଣକୁ ନେଇ ବିବାଦରେ ରହି ଆସୁଥିବା ପପୁ ପମପମ୍ ଏବେ ନିଜର ଅପକମିଂ ସିନେମା ମିଷ୍ଟର କହ୍ନେୟାର ପୋଷ୍ଟର ପାଇଁ ବିବାଦ ଘେରକୁ ଆସିଛନ୍ତି । ଗଣେଶ ପୂଜା ଅବସରରେ ମୁକ୍ତି ଲାଭ କରିବାକୁ ଯାଉଥିବା ପପୁଙ୍କର ଏହି ସିନେମାର ଏକ ପୋଷ୍ଟର ରିଲିଜ କରିଛି ପ୍ରଯୋଜନା ସଂସ୍ଥା । ଯେଉଁ ପୋଷ୍ଟରରେ ପପୁ କେତେଜଣ ଯୁବତୀଙ୍କ ବେକରେ ରସି ବାନ୍ଧି ଲଗାମ ଧରିବା ପୋଜରେ ନଜର ଆସିଛନ୍ତି ଆଉ ପପୁଙ୍କର ଏହି ଅବତାର ଦର୍ଶକ ପ୍ରଶଂସା କରିବା ପରିର୍ତ୍ତେ କଡା ଭାଷାରେ ସମାଲୋଚନା କରିଛନ୍ତି । ଖାଲି ସମାଲୋଚନା ନୁହେଁ ସୋସିଆଲ ମିଡିଆରେ ଉଭୟ ପପୁ ଏବଂ ପ୍ରଯୋଜନା ସଂସ୍ଥାକୁ ବି ବିରୋଧ ମଧ୍ୟ କରିଛନ୍ତି ୟୁଜର୍ସ ।

ରିଲିଜ୍ ହୋଇଥିବା ପୋଷ୍ଟରରେ ପପୁଙ୍କର ଏଭଳି ଅବତାରକୁ ଅତି କଟାକ୍ଷ କରି ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ୟୁଜର୍ସ । ଏହି ପୋଷ୍ଟରରେ ନାରୀମାନଙ୍କୁ ଏ କି ସମ୍ମାନ ଦିଆଯାଇଛି ବୋଲି କିଛି ୟୁଜର ପ୍ରଶ୍ନ କରିବା ସହ ସିନେମା ପ୍ରଯୋଜନା ସଂସ୍ଥାଙ୍କୁ ଏହି ପୋଷ୍ଟରଟିକୁ ତୁରନ୍ତ ହଟାଇ ଦେବାକୁ ଅନୁରୋଧ କରିଛନ୍ତି ୟୁଜର୍ସ । ଏହା ସିନେମା ଜଗତକୁ କୁଠାରାଘାତ କରୁଛି । ଟଙ୍କା ଲୋଭରେ ବଶବର୍ତ୍ତି ହୋଇ ଆମ ସଂସ୍କୃତି , ପରମ୍ପରା , ଇମୋସନ ଭୁୂଲି ନ ଯିବାକୁ ଅନୁରୋଧ କରିଛନ୍ତି ୟୁଜର୍ସ ।

Comments are closed.