Odisha Link
Bridging the Missing Links in Odisha

ସ୍ବାଭାବିକ ହେଉଛି ଜମ୍ମୁ କଶ୍ମୀର ସ୍ଥିତି, ଆସନ୍ତାକାଲି ଖୋଲିବ ୧୯୦ ପ୍ରାଥମିକ ବିଦ୍ୟାଳୟ

ଜମ୍ମୁ କଶ୍ମୀର: ସ୍ବାଭାବିକ ଅବସ୍ଥାକୁ ଫେରୁଛି ଜମ୍ମୁ କଶ୍ମୀର। ଧାରା ୩୭୦ ଉଚ୍ଛେଦ ପୂର୍ବରୁ ରାଜ୍ୟରେ ଲଗାଯାଇଥିବା କଟକଟା ଏବେ ଧୀରେ ଧୀରେ ଶେଷ ହେଉଛି। ଜମ୍ମୁ କଶ୍ମୀରର ୫ଟି ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ଆରମ୍ଭ କରି ଦିଆଯିବା ପରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସୋମବାର ଠାରୁ ୧୯୦ଟି ପ୍ରାଥମିକ ବିଦ୍ୟାଳୟ ପୁଣି ଖୋଲିବ। ଉତ୍ତେଜନା ଯୋଗୁଁ ଏହି ସ୍କୁଲଗୁଡ଼ିକ ବନ୍ଦ ଥିଲା, ସେହି ହିସାବରେ ଅତିରିକ୍ତ ଶିକ୍ଷା ଦାନ ଦିଆଯିବ। ଏହା ବ୍ୟତୀତ ଅନ୍ୟ କଟକଣା ମଧ୍ୟ ଧୀରେ ଧୀରେ ହ୍ରାସ କରି ଦିଆଯିବ। ସ୍ଥାନୀୟ ଅଧିକାରୀ ଏଥିପାଇଁ ସ୍ଥିତି ଉପରେ ନଜର ରଖିଛନ୍ତି।

ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ରୋହିତ କଂସଲ ଏବଂ ଶ୍ରୀନଗରର ଡିଭିଜନ କମିସନର ବାସିର ଖାନ ଶନିବାର ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୋମବାର ଶ୍ରୀନଗରର ୧୯୦ଟି ପ୍ରାଥମିକ ସ୍କୁଲ ଖୋଲିବାକୁ ଯୋଜନା ଅଛି। ଯେଉଁ ଅଞ୍ଚଳରେ ସ୍କୁଲଗୁଡ଼ିକ ଖୋଲିବ, ଏଥିରେ ଲାସଜାନ, ସାଙ୍ଗରୀ, ପନ୍ଥଚୌକ, ନୌଗାମ, ରାଜବାଗ, ଜବାହର ନଗର, ଗଗରୀବାଲ, ଧାରା, ଥିଡ, ବାଟମାଲୁ ଏବଂ ଶାଲଟେଙ୍ଗ ଆଦି ସାମିଲ ଅଛି।

ରୋହିତ କଂସଲ କହିଛନ୍ତି, ଶ୍ରୀନଗରର ଉପାୟୁକ୍ତ ଶାହିଦ ଇକବାଲ ଚୌଧୁରୀ ଶନିବାର ଶିକ୍ଷା ବିଭାଗର ଅଧିକାରୀ ଏବଂ ବିଦ୍ୟାଳୟର ମୁଖ୍ୟ ଅଧିକାରୀଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ଜିଲ୍ଲାର ବିଦ୍ୟାଳୟଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଜିଲ୍ଲା ପ୍ରଶାସନର ମୁଖ୍ୟ ଚିନ୍ତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

Comments are closed.