Odisha Link
Bridging the Missing Links in Odisha

ଖୋର୍ଦ୍ଧା ବିଧାୟକ ଗୁରୁତର, ମୁମ୍ବାଇରେ ଚାଲିଛି ଚିକିତ୍ସା

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ତଥାବ ବିଜୁ ଜନତା ଦଳ ନେତା ଜ୍ୟୋତିରିନ୍ଦ୍ରନାଥ ମିତ୍ର (ଜିତୁ ମିତ୍ର) କ୍ୟାନ୍ସରରେ ପୀଡ଼ିତ ହୋଇଛନ୍ତି। ତାଙ୍କର ଅବସ୍ଥା ଗୁରୁତର ଥିବା ବେଳେ ମୁମ୍ବାଇର ଏକ ଘରୋ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଜିତୁଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇଛନ୍ତି।

ଜିତୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ତାଙ୍କ ଚିକିତ୍ସା ଲାଗି ୨୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି। ମୁମ୍ବାଇ ଯାଇ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.