Odisha Link
Bridging the Missing Links in Odisha

ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ଗାଁରେ ଉତ୍ତମ ରାସ୍ତା ନାହିଁ। ଭଲ ରାସ୍ତାଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ କରିଛନ୍ତି ଅଭିନବ ପ୍ରତିବାଦ। କାଦୁଅ ରାସ୍ତାରେ ଧାନ ରୋଇ ଗ୍ରାମବାସୀ ମାନେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ତିଲେଇମାଲରେ।

ଅଭିଯୋଗ ଅନୁସାରେ ମୁଖ୍ୟ ରାସ୍ତାଠାରୁ ୪କିଲୋମିଟର ଦୂରରେ ଗାଁ ରହିଛି। ଏହି ରାସ୍ତା ସିଧାସଳଖ ଅଇଁଲାମୁଣ୍ଡା, ଅରିଗାଁ, ସିଂଘିଯୁବା, ଏସ୍ ରାମପୁର ସହ ବିନିକା ସହରକୁ ଯୋଗାଯୋଗ କରୁଛି। ରାସ୍ତା ଉପରେ ପ୍ରତିଦିନ ଶହ ଶହ ଲୋକ ଯାତାୟତ କରୁଛନ୍ତି। ତେବେ ଆଜିସୁଦ୍ଧା ମାଟି ମୁଠାଏ ପଡ଼ି ନଥିବାରୁ ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ରାସ୍ତା ତିଆରି ପାଇଁ ଗ୍ରାମବାସୀ ପ୍ରତିବର୍ଷ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ନେତାଙ୍କ ନିକଟରେ ଗୁହାରୀ କରୁଛନ୍ତି। ତେବେ କୌଣସି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଉତ୍ତ୍ୟକ୍ତ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବା ସହ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି।

Comments are closed.