Odisha Link
Bridging the Missing Links in Odisha

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳିତ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଥିବା ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ ଅବସରରେ ଏକ ଶପଥ ପାଠ ଉତ୍ସବ ପାଳନ କରାଯାଇଅଛି। ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାର୍ଯ୍ୟକରିବା ସହ ହିଂସା ବିନା ବାର୍ତ୍ତାଳାପ ଓ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ମତଭେଦ କୁ ଦୁରେଇ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥପାଠ କରାଇଥିଲେ। ପୂର୍ବତଟ ରେଳପଥ ର ପ୍ରମୁଖ କର୍ମୀଙ୍କ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଏହି ଶପଥପାଠ ଉତ୍ସବକୁ ପରିଚାଳନା କରିଥିଲେ।

Comments are closed.