Odisha Link
Bridging the Missing Links in Odisha

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ବାଦ ପଡ଼ିପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜକୁ ଉଭୟ ଟି-୨୦ ଏବଂ ଦିନିକିଆ ସିରିଜରେ ମାତ୍‌ ଦେବା ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଟେଷ୍ଟ ସିରିଜ ଉପରେ। ଏଥି ସହିତ ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଣ୍ଡିଜ ବିପକ୍ଷରେ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ ଆରମ୍ଭ କରିବ। ଟିମ୍‌ ଇଣ୍ଡିଆ ବିଜୟ ଅଭିଯାନରୁ ଆରମ୍ଭ କରିବା ପାଇଁ ଚେଷ୍ଟା କରିବ। ତେବେ କେଉଁ ୧୧ଜଣ ଖେଳାଳିଙ୍କୁ ନେଇ ବିରାଟ ଖେଳିବେ ତାହା ଏବେ ଖୁବ୍‌ ଚର୍ଚ୍ଚାରେ।

ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ଅଗଷ୍ଟ ୨୨ ତାରିଖରେ ଖେଳିବ। ତେବେ କେଉଁ ବୋଲିଂ କମ୍ବିନେସନକୁ ନେଇ ଟିମ୍‌ ଇଣ୍ଡିଆ ଖେଳିବ ତାହା ଏବେ ଚର୍ଚ୍ଚାରେ। ଅଭ୍ୟାସ ମ୍ୟାଚରେ ଇଶାନ୍ତ-ଉମେଶ ଯୋଡ଼ି ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି। ଅପରପକ୍ଷେ ଜଶପ୍ରିତ୍‌ ବୁମରା ମହମ୍ମଦ ଶାମି ଭଳି ଷ୍ଟାର ଖେଳାଳି ଟିମ୍‌ରେ ଅଛନ୍ତି। ଅଭ୍ୟାସ ମ୍ୟାଚରେ ଟିମ୍‌ ଇଣ୍ଡିଆର ରିଷ୍ଟ ସ୍ପିନର କୁଲଦୀପ ଯାଦବ ପ୍ରଭାବୀ ବୋଲିଂ ୩ଟି ଓ୍ବିକେଟ ନେଇଥିବାବେଳେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ବନୀ ମାତ୍ର ୧ ଓ୍ବିକେଟ ନେଇଛନ୍ତି।

ଅଧିନାୟକ ବିରାଟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବନୀଙ୍କ ବଦଳରେ ରିଷ୍ଟ ସ୍ପିନର କଳଦୀପ ଯାଦବଙ୍କୁ ଖେଳେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥି ସହିତ ଦ୍ବିତୀୟ ସ୍ପିନର ଭାବେ ଜାଡେଜା ଖେଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ତେବେ ଅଶ୍ବନୀଙ୍କୁ ଟେଷ୍ଟ ମ୍ୟାଚରେ ଦେଖିବାକୁ ନ ମିଳିପାରେ। ଅଶ୍ବନୀ ତାଙ୍କର ଶେଷ ମ୍ୟାଚ ବର୍ଡର-ଗାଭାସ୍କର ଟ୍ରଫିରେ ଖେଳିଥିଲେ। ସବୁଠୁ ବଡ଼ କଥା ହେଲା ଯେ, ୨୦୧୬ରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଶ୍ବନୀ ୪ଟି ଟେଷ୍ଟ ମ୍ୟାଚ ଖେଳି ୧୭ ଟି ଓ୍ବିକେଟ ନେବା ସହ ୨ଟି ଶତକ ଅର୍ଜନ କରିଥିଲେ। ଏଥିସହିତ ସେ ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିଲେ।

Comments are closed.