Odisha Link
Bridging the Missing Links in Odisha

ନୂଆଖାଇ ପାଇଁ ବାହାରିଲା ଲଗ୍ନ

ସମ୍ବଲପୁର : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୩ତାରିଖ ପୂର୍ବାହ୍ନ ୮.୩୦ ରୁ ୦୯ ମଧ୍ୟରେ ମାଙ୍କ ନିକଟରେ ନବାନ୍ନ ଲାଗି ପାଇଁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁସାରେ ନୂଆଖାଇର ଲଗ୍ନ ଧରା ଯାଇଥାଏ। ପଣ୍ଡିତ ମହାସଭାରେ ପଣ୍ଡିତମାନେ ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ନେଇ ଆଜି ସମୟ ସ୍ଥିର କରାଯାଇଛି। ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହେବା ପରେ ବ୍ରହ୍ମପୁରା ମନ୍ଦିରର ଜଣେ ପ୍ରତିନିଧି ଲଗ୍ନ ନେଇ ମା ସମଲେଶ୍ୱରୀ ମନ୍ଦିରକୁ ଯିବାର ବିଧି ରହିଛି। ଆଉ ୧୪ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗିବ। ଋଷି ପଞ୍ଚମୀ ତିଥିରେ ଏହି ନବ୍ନାନ ହେବ। ଏଥିପାଇଁ ସମୟ ନିର୍ଘଣ୍ଟ ସେପ୍ଟେମ୍ବର ୩ ପୂର୍ବାହ୍ନ ୮.୩୦ ରୁ ୦୯ ମଧ୍ୟରେ ରଖାଯାଇଛି।

Comments are closed.