Odisha Link
Bridging the Missing Links in Odisha

କଟକ ଡଗରପଡ଼ା ଛକରେ ବୋମାମାଡ଼

କଟକ : କଟକ ଡଗରପଡା ଛକରେ ବୋମାମାଡ ହୋଇଛି। କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ୪ଟି ବୋମାମାଡ କରିଛନ୍ତି। ଦୁଇ ଜଣଙ୍କ ଘର ଉପରକୁ ବୋମାମାଡ ହୋଇଛି। ବୋମାମାଡ କରିଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଯୁବକକୁ ଅଟକ ରଖିଛି ପୋଲିସ। ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ତେବେ ପୂର୍ବ ଶତ୍ରୁତାରୁ ବୋମାମାଡ କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଲାଲ୍‌ବାଗ୍‌ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.