Odisha Link
Bridging the Missing Links in Odisha

ନ୍ୟୁଜ ଓ୍ବାର୍ଲଡ ଓଡ଼ିଶା ପ୍ରସାରଣ ବନ୍ଦ!

ଭୁବନେଶ୍ବର: ସବୁ ସମୟରେ ସମସ୍ତ ଘଟଣାକୁ ଚର୍ଚ୍ଚାରେ ରଖିଥାଏ ଗଣମାଧ୍ୟମ। ହେଲେ ଏବେ କିଛିଦିନ ହେବ ଗଣମାଧ୍ୟମ ନିଜେ ଚର୍ଚ୍ଚାରେ। ସାଧାରଣ ନିର୍ବାଚନ ପରେ ରାଜ୍ୟର ଶାସନ ଚଳଚଞ୍ଚଳ ହେଉଛି। ଅପରପକ୍ଷେ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଅଚଳ ହେବାରେ ଲାଗିଛି। ବିଶେଷକରି ନ୍ୟୁଜ୍‌ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ ଗୁଡ଼ିକରେ ଆଉ ଚଳଚଞ୍ଚଳ ଦେଖିବାକୁ ମିଳୁନାହିଁ। ଗୋଟିକ ପରେ ଗୋଟିଏ ଚ୍ୟାନେଲ୍‌ ଏବେ ବନ୍ଦ ବା ସଙ୍କୁଚିତ ହେବା ଆରମ୍ଭ କଲେଣି। ପ୍ରଥମେ ନ୍ୟୁଜ୍‌-୧୮ ଓଡ଼ିଆ ଚ୍ୟାନେଲ୍‌ରେ କର୍ମଚାରୀ ଛଟେଇ ପରେ, ମିଳିଥିବା ସୂଚନା ମୁତାବିକ ମଙ୍ଗଳବାର ରାତିରୁ ବନ୍ଦ ହୋଇଯାଇଛି ଓଡ଼ିଶାରେ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ ‘ନ୍ୟୁଜ୍‌ ଓ୍ବାର୍ଲଡ ଓଡ଼ିଶା’।
କର୍ମଚାରୀ ମହଲରେ ଅନ୍ଧାର:
ନ୍ୟୁଜ୍‌ ୱର୍ଲ ଓଡ଼ିଶା ଚ୍ୟାନେଲ୍‌ ଦର୍ଶକଙ୍କ ଟିଭିରେ ଆଉ ଆସୁ ନାହିଁ। କୌଣସି ମୋବାଇଲ୍‌ ଆପ୍‌ରେ ମଧ୍ୟ ଦିଶୁ ନାହିଁ। ମିସୂଚନା ଅନୁଯାଇ ଏହି ଚାନେଲ ର ଟେଲିପୋର୍ଟ ରୁ ଯେଉଁ ସଂକେତ ସ୍ୟାଟେଲାଇଟ୍‌କୁ ପଠାଯାଇଥାଏ ତାହା ବନ୍ଦ ରହିଛି। ଏହାର ନିର୍ଦ୍ଧିଷ୍ଟ କାରଣ ଜଣାପଡିନାହିଁ। ଅପରପକ୍ଷେ ଏ ବାବଦରେ ପରିଚାଳନା ସଂସ୍ଥା ପକ୍ଷରୁ କିଛି ସୂଚନା ମିଳିନାହିଁ। ଏପରିକି କର୍ମଚାରୀ ମହଲରେ ଅନ୍ଧାର ଛାଇ ଯାଇଛି। ପାଖାପାଖି ୧୫୦ କର୍ମଚାରୀ ଏହି ନ୍ୟୁଜ ଚ୍ୟାନେଲରେ କାର୍ଯ୍ୟରତ ଅଛନ୍ତି। ଏହି ସମସ୍ତ କର୍ମାଚରୀ ପ୍ରଭାବିତ ହେବାକୁ ଯାଉଛନ୍ତି।
ପ୍ରସାରଣକୁ ନେଇ ଦ୍ବନ୍ଦ:
ଏହି ଚ୍ୟାନେଲ ଟି ଇସ୍ପାତ କମ୍ପାନୀ ର ମାଲିକ ନବୀନ ଜିନ୍ଦଲଙ୍କ ଦ୍ୱାରା ପରିଚାଳିତ ହେଉଥିଲା କିନ୍ତୁ ଅତ୍ୟଧିକ କ୍ଷତି ଯୋଗୁଁ ଏହାର ଲିଜ୍‌ ଦିଆଯାଇଥିଲା। ସେତେବେଳର ବିଜେଡି ସାଂସଦ ରବୀନ୍ଦ୍ର କୁମାର ଜେନା ଏହାର ପରିଚାଳନା ଦାୟିତ୍ୱ ନେଇଥିଲେ। ତେବେ ରବୀନ୍ଦ୍ର ନିର୍ବାଚନ ରେ ହାରିଯିବା ପରେ ଏହାର ପ୍ରଭାବ ଚ୍ୟାନେଲ ଉପରେ ପଡିଥିଲା ଏବଂ ଗତକାଲି ଠାରୁ ଏହି ଚ୍ୟାନେଲ ପ୍ରସାରଣ ବନ୍ଦ ରହିଛିI ଏହା ପୁନର୍ବାର ପ୍ରସାରଣ ହେବ କି ନାହିଁ ସେ ନେଇ କୌଣସି ଖବର ମିଳିପାରିନାହିଁ।

ନୂଆ ଚ୍ୟାନେଲ:
ଏ ସବୁ ଭିତରେ ଏକ ନୂଆ ଖବରକୁ ସାମ୍ନାକୁ ଆସୁଛି। ରବିନ୍ଦ୍ର ଜେନା ନିଜସ୍ଵ ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟ ଆଲୋଚନା ହେଉଛି। ଏଥିପାଇଁ ଆବଶ୍ୟକ ଲାଇସେନ୍ସ ମଧ୍ୟ ସେ ପାଇଛନ୍ତି। ଅପରପକ୍ଷେ ଏହି ଲାଇସେନ୍ସକୁ ଆଉ ଏକ ଟିଭି ଚ୍ୟାନେଲ୍‌ ପାଇଁ ଆଗ୍ରହୀ ସଂସ୍ଥା ଲିଜ୍‌ ସୁତ୍ରରେ ନେଇପାରେ ବୋଲି ବି ଆଶା ଜନ୍ମିଛି। କିନ୍ତୁ ସେଥିରେ ଏହି କର୍ମଚାରୀମାନଙ୍କୁ ଯାଗା ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

Comments are closed.