Odisha Link
Bridging the Missing Links in Odisha

ଭୀରୁତାର ପରିଚୟ ଦେଇଛନ୍ତି ମୋଦି ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ: ପି. ଚିଦାମ୍ବରମଙ୍କୁ ସିବିଆଇ ଖୋଜିବା ଘଟଣାରେ ମୁହଁ ଖୋଲିଛନ୍ତି ପ୍ରିୟଙ୍କା ଗାନ୍ଧୀ। ସେ ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ସକାଳେ ଟ୍ବିଟ କରି କହିଛନ୍ତି ଯେ, ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପି. ଚିଦାମ୍ବରମ୍‌ଙ୍କୁ ଜାଣିଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜଡ଼ିତ କରିବାକୁ ଚାହୁଁଛନ୍ତି। ଏଭରି କରି ମୋଦି ସରକାର ନିଜର ଭୀରୁତାର ପରିଚୟ ଦେଇଛନ୍ତି ବୋଲି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି। ସେ ଚିଦାମ୍ବରମ୍‌ଙ୍କ ସହିତ ରହିଥିବା ନେଇ ସୂଚନା ଦେଇଛନ୍ତି। ଚିଦାମ୍ବରମ୍‌ ସତ କହିବାରୁ ଆକ୍ରୋଶମୂଳକ ଭାବେ ତାଙ୍କପ୍ରତି ଏଭଳି ଲଜ୍ଜା ଜନକ କାର୍ଯ୍ୟ କରାଯାଉଥିବା ପ୍ରିୟଙ୍କା କହିଛନ୍ତି। ଚିଦାମ୍ବରମ୍‌ ଭଳି ଜଣେ ଯୋଗ୍ୟ ତଥା ସମ୍ମାନଜନକ ବ୍ୟକ୍ତିଙ୍କ ପ୍ରତି ଏଭଳି କାର୍ଯ୍ୟ କରାଯିିବା ଅନ୍ୟାୟ ବୋଲି ପ୍ରିୟଙ୍କା କହିଛନ୍ତି।

Comments are closed.