Odisha Link
Bridging the Missing Links in Odisha

ଅପହରଣ ହୋଇଥିବା ଅଢେଇ ମାସର ଶିଶୁ ପୁତ୍ର ଉଦ୍ଧାର

ପାରାଦୀପ : ପାରାଦୀପ ଲକପଡାରୁ ଚୋରି ହୋଇଥିବା ଅଢେଇ ମାସର ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଅପହରଣ ଅଭିଯୋଗରେ ଘରର ମହିଳା ସହାୟିକା ମାନିନୀ ସାହୁ ଗିରଫ। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।
ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତିତିରା ଗାଁର ଶତ୍ରୁଘ୍ନ ସାମଲ ପରିବାର ସହ ପାରାଦୀପରେ ରହୁଥିବା ସଂପର୍କୀୟ ଭିଣୋଇ କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସମସ୍ତେ ଏକାଠି ବସି ମଧ୍ୟାହ୍ନ ଭୋଜନ କରୁଥିବାବେଳେ ହଠାତ୍ ଶତ୍ରୁଘ୍ନଙ୍କର ପୁଅ କାନ୍ଦିଥିଲା। ସେହି ସମୟରେ ଘରେ କାମ କରୁଥିବା ମାନିନୀ ଶିଶୁ ପୁତ୍ରକୁ ଖେଳାଇବା ବାହାନାରେ ବାହାରକୁ ନେଇ କୁଆଡେ ଫେରାର ହୋଇଯାଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି ପରେ ମାନିନୀ କି ଶିଶୁ ପୁତ୍ରର କୌଣସି ପତ୍ତା ପାଇନଥିଲେ। ଏନେଇ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶତ୍ରୁଘ୍ନ। ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବାରେ ପରେ ବିଳମ୍ବିତ ରାତିରେ ଶିଶୁ ପୁତ୍ର ଓ ମାନିନୀର ପତ୍ତା ମିଳିଥିଲା। ପୋଲିସ ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ମାନିନୀକୁ ଗିରଫ କରିଛି। ସେ କେଉଁ ଉଦ୍ଦେଶ୍ୟରେ ଚୋରି କରିଥିଲା ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ବୋଲି ପୋଲିସ କହିଛି ।

Comments are closed.