Odisha Link
Bridging the Missing Links in Odisha

୩୮,୮୨୦ରେ ପହଞ୍ଚିଲା ସୁନା ଦର

ନୂଆଦିଲ୍ଳୀ: ବଢ଼ିଚାଲିଛି ସୁନା ଓ ରୂପା ଦର। ଦର ବଢ଼ିବାରେ କ୍ରମାଗତ ରେକର୍ଡ କରି ଚାଲିଛି ସୁନା ଓ ରୂପା। ପ୍ରାୟ ପ୍ରତିଦିନ ଏହା ନୂଆ ସର୍ବୋଚ୍ଚ ସ୍ତର ପାର୍‌ କରୁଛି। ବୁଧବାର ବଜାର ବନ୍ଦ ହେବା ବେଳକୁ ସୁନା ଦର ପ୍ରତି ୧୦ ଗ୍ରାମ୍‌ ୩୮,୮୨୦ ଟଙ୍କା ରହିଛି। ସେହିପରି ରୁପା ଦର ପୁନର୍ବାର ୪୫ ହଜାର ଟଙ୍କା ଅତିକ୍ରମ କରିଛି। ଗହଣା ନିର୍ମାତାଙ୍କ ପକ୍ଷରୁ ଚାହିଦା ବୃଦ୍ଧି କାରଣରୁ ଦେଶରେ ଏହି ଦୁଇ ମୂଲ୍ୟବାନ ଧାତୁର ଦର ହୁହୁ ହୋଇ ବଢ଼ିଚାଲିଛି।

ତେବେ ବୁଧବାର ବିଶ୍ୱ ବଜାରରେ ଏହି ଦୁଇ ଧାତୁର ଦର କମିଛି। ଦିଲ୍ଲୀ ସର୍ରାଫା ବଜାରରେ ସୁନା ପ୍ରତି ୧୦ ଗ୍ରାମ୍‌ ୫୦ ଟଙ୍କା ବୃଦ୍ଧି ପାଇ ୩୮,୮୨୦ ଟଙ୍କା ହୋଇଛି। ସେହିପରି ରୁପା ଦର ପ୍ରତି କେଜି ୧୧୪୦ ଟଙ୍କା ବଢ଼ି ୪୫,୦୪୦ ଟଙ୍କାରେ ପହଞ୍ଚିଛି।

Comments are closed.