Odisha Link
Bridging the Missing Links in Odisha

ଭାରପ୍ରାପ୍ତ ପ୍ରଧାନଶିକ୍ଷଙ୍କର ବେନିୟମ କାର୍ଯ୍ୟ

ବ୍ରହ୍ମପୁର : ବ୍ରହ୍ମପୁର ପାଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀରକାନ୍ତ ତ୍ରିପାଠୀ ଚାକିରିରୁ ନିଲମ୍ବିତ। ନିଲମ୍ବିତ କଲେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ। ଗତ ବାର୍ଷିକ ପରୀକ୍ଷାରେ ନବମ ଶ୍ରେଣୀ ଛାତ୍ରୀମାନଙ୍କ ପରୀକ୍ଷା ଉତ୍ତର ଖାତା ମୂଲ୍ୟାଙ୍କନ ନକରି ଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇଥିଲା। ଏହା ସହ ସେହି ସ୍କୁଲର ବିଭିନ୍ନ ଅବ୍ଯବସ୍ଥା ରହିଥିବା ଜଣାପଡିଛି। ସ୍କୁଲକୁ ଗସ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରିବା ବେଳେ ବେନିୟମ କାର୍ଯ୍ୟକଳାପର ପର୍ଦ୍ଦାଫାସ୍ ହୋଇଥିଲା। ଏହା ସହ ତିନି ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ତିନି ଦିନ ମଧ୍ଯରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଠିକ୍ ଉତ୍ତର ନମିଳିଲେ ମାସକର ଦରମା ବନ୍ଦ ହେବ। ତେବେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ସୂଚନା ଦେଇଛନ୍ତି।

Comments are closed.