Odisha Link
Bridging the Missing Links in Odisha

ଏସପି ଭାବେ ଦାୟିତ୍ବ ଗ୍ରହଣ କଲେ ଜଗମୋହନ ମିନା

ଅନୁଗୁଳ : ଅନୁଗୁଳ ଏସପି ଭାବେ ଜଗମୋହନ ମିନା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ସ୍ଥାନରେ ଥିବା ମିତ୍ରଭାନୁ ମହାପାତ୍ରଙ୍କ କେନ୍ଦୁଝର ବଦଳି ପରେ ମାଲକାନଗିରି ଏସପି ଜଗମୋହନ ମିନାଙ୍କୁ ଅନୁଗୋଳ ଏସପି ଭାବେ ଦାୟିତ୍ବ ଦିଆଯାଇଛି। ୨୦୧୩ ବ୍ୟାଚ ଆଇପିଏସ ଅଫିସର ଶ୍ରୀ ମିନା ୨୦୧୭ରେ ପ୍ରଥମ କରି ମାଲକାନଗିରି ଏସପି ଭାବେ ନିଯୁକ୍ତି ପାଇଥିଲେ। ଜିଲା ପୁଲିସ ମୁଖ୍ୟାଳୟରେ ଆଜି ଦାଇତ୍ୱ ଗ୍ରହଣ ପରେ ଜିଲାର ସମସ୍ତ ପୁଲିସ ଅଧିକାରୀମାନେ ତାଙ୍କୁ ସାକ୍ଷାତ କରିଥିଲେ। ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ଲୋକମାନଙ୍କ ପାଇଁ ୨୪ ଘଣ୍ଟା କାର୍ଯ୍ୟ କରି ସେମାନଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପୁଲିସର ଆଭିମୁଖ୍ୟ ରହିବ ବୋଲି ଶ୍ରୀ ମିନା ପ୍ରକାଶ କରିଛନ୍ତି।

Comments are closed.