Odisha Link
Bridging the Missing Links in Odisha

ପୋଲିସ ସାଜିଲା ଲୁଟେରା

ଚୌଦ୍ବାର : କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ରେ ପୋଲିସ ଲୁଟ କରିଥିବା ଅଭିଯୋଗ ହୋଇଛି । ଗତ ବୁଧବାର ବିଳମ୍ବିତ ରାତିରେ ଏକ କାରରେ ଚଣ୍ଡିଖୋଲରୁ ଭୁବନେଶ୍ୱର ଯାଉଥିବା ଏକ ପରିବାରକୁ ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ଅଟକାଇ କିଛି ପୋଲିସ ତନଖି କରିଥିଲେ। ସେମାନଙ୍କ ଗାଡିରୁ ଦେଢ ଲକ୍ଷ ଟଙ୍କା ମିଳିଥିଲା। ପରେ ତନଖି କରୁଥିବା ତିନି ଜଣ ପୋଲିସ ନିଜକୁ କମିଶନରେଟ ପୋଲିସର ସ୍ପେସାଲ ସ୍କ୍ୱାର୍ଡ ପରିଚୟ ଦେଇ ଟଙ୍କା ନେଇ ପଳାଇଥିଲେ।
ଗୁରୁବାର ସେହି ପରିବାର କଟକ ଡିସିପିଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ଡିସିପିଙ୍କ ପରାମର୍ଶ କ୍ରମେ ସେମାନେ ଟାଙ୍ଗି ଥାନାକୁ ଆସି ଲୁଟ କରିଥିବା ଜଣେ ହୋମଗାର୍ଡକୁ ଦେଖିଥିଲେ। ପରେ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଅଥଚ କୌଣସି ଲିଖିତ ଅଭିଯୋଗ କରିନଥିଲେ। ପରେ ତିନି ଜଣ ପୋଲିସଙ୍କ ସହ ସଲାସୁତୁରା କରି ନିଜ ଟଙ୍କା ନେଇ ପଳାଇଥିଲେ ସଂପୃକ୍ତ ପରିବାର।
ଘଟଣାର ଗୁରୁତ୍ୱକୁ ଉପଲବ୍ଧ କରି ଟାଙ୍ଗୀ ଥାନା ଆଇଆଇସି ବିମଳ କୁମାର ବାରିକ ନିଜ ଆଡୁ ଏକ କେସ ରୁଜୁ କରି ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ପରେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.