Odisha Link
Bridging the Missing Links in Odisha

ଦିବଙ୍ଗତ ଆତ୍ମାଙ୍କ ପାଇଁ ସ୍ମୃତିସଭା

ଭୁବନେଶ୍ବର: ଦିବଙ୍ଗତ ଆତ୍ମାଙ୍କ ପାଇଁ ସ୍ମୃତିସଭା। ଖଣ୍ଡଗିରି ସ୍ଥିତ ନୃସିଂହନାଥ ମଠରେ ଦିବଙ୍ଗତ ଆତ୍ମାଙ୍କ ପାଇଁ ଦୀପଦାନ ଏବଂ ଏକ ମିନିଟର ସମୁହ ନୀରବ ପ୍ରାର୍ଥନା। ଆଭାସ ମଞ୍ଚର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

କବି ଦୁର୍ବଳିଆଙ୍କ ଏକ ଭକ୍ତି ସଙ୍ଗୀତ ସହ ସ୍ମୃତିସଭାର ଆରମ୍ଭ ହୋଇଥିଲା। ବରିଷ୍ଠ ସାହିତ୍ୟିକ ପିତବାସ ରାଉତରାୟ ପଙ୍କଜିନୀ ଦାଶଙ୍କୁ ଏକ ଅମ୍ଳାନ ପ୍ରତିଭା କହିଥିଲେ। ଶ୍ରୀଯୁକ୍ତ ସତ୍ୟାନାଶଙ୍କ ଭାଷାରେ ସେ ମାତୃସ୍ଥାନୀୟ ବ୍ୟକ୍ତି ହେଲେମଧ୍ୟ ଯୁବ ବ୍ୟଙ୍ଗକବି ମାନଙ୍କୁ ଅନୁଜ ସଦୃଶ ସ୍ନେହ କରୁଥିଲେ। ଶ୍ରୀମାନ ସର୍ବଗିଳା ବ୍ୟଙ୍ଗ ସାହିତ୍ୟ ଏକାଡେମୀର ଗଠନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଡଃ କୁଳାଙ୍ଗାର, ବିପିନ ମହାନ୍ତି, ଅନନ୍ତ ଜେନା, ପ୍ରସନ୍ନ ଦାଶ, ଅମ୍ଳାନ ପ୍ରହରାଜ, ଡ• ରମାକାନ୍ତ ମହାପାତ୍ର, ଡ• ଆର୍ କେ ତରାଇ, ଶୁଭ୍ରାଂଶୁ ପଣ୍ଡା, ନିର୍ମଳ ପାତ୍ର, (ଶତୃଜିତ) ଦିଲ୍ଲୀପ ମିଶ୍ର, ସମ୍ପଦ ରଥ, ପ୍ରତାପ ରଶ୍ମି ନାୟକଙ୍କ ସମେତ ଅନେକ ଯୁବ ବ୍ୟଙ୍ଗକବି ଯୋଗଦେଇ ସ୍ମୃତିଚାରଣ କରିଥିଲେ। ପରିଶେଷରେ ବ୍ୟଙ୍ଗକବି ଗିରୀଶ ରଞ୍ଜନ ସ୍ମୃତିଚାରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟଙ୍ଗ ସାହିତ୍ୟ ଏକାଡେମୀ ଗଠନର ଆବଶ୍ୟକତା ରହିଥିବା କଥାକୁ ଉପସ୍ଥିତ ସମସ୍ତ ବ୍ୟଙ୍ଗକବି ସମର୍ଥନ କରିଥିଲେ।

Comments are closed.