Odisha Link
Bridging the Missing Links in Odisha

ରାଜ୍ୟସଭା: ଶପଥ ନେଲେ ମନମୋହନ ସିଂ

ନୂଆଦିଲ୍ଲୀ: ଆଜି ପୁଣିଥରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ। ରାଜସ୍ଥାନ ଆସନରୁ ମନମୋହନ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନିଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। ମନମୋହନ ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ ଉତ୍ସବରେ ସୋନିଆ ଗାନ୍ଧୀ, ଗୁଲାମ ନବି ଆଜାଦ, ରାହୁଲ ଗାନ୍ଧୀ, ଅହମ୍ମଦ ପଟେଲ ଓ ଅନ୍ୟ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳର ମୁଖ୍ୟ କେହି ନାହିଁ କହିଲେ ଚଳେ। ଯଦିଓ ସୋନିଆଙ୍କୁ ଦଳର ନେତୃତ୍ୱ ଦିଆଯାଇଛି ତାହା କିନ୍ତୁ ସ୍ଥାୟୀ ଭାବେ ନ ହୋଇ ଥିବାରୁ ଏବେବି ଦଳକୁ ନେଇ ଆଶା ଆଶଙ୍କା ଲାଗି ରହିଛି।

Comments are closed.