Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ରାସ୍ତା କଡରେ ପ୍ରସବ କଲେ ମହିଳା

ବ୍ରହ୍ମପୁର : ବ୍ରହ୍ମପୁରର ବଡ ମେଡିକାଲଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା। ରାସ୍ତା ଉପରେ ସର୍ବସମ୍ମୁଖରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିଛନ୍ତି। ରାସ୍ତାରେ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି, ଗାଡି ମଟର ଯାଉଛି ଏଭଳି ସମୟରେ ମହିଳା ଜଣଙ୍କ ରାସ୍ତା କଡରେ ପଡି ରହିଛନ୍ତି।
ଆଉ ନିକଟରେ ଥିବା ଦୁଇ ମହିଳା ଏକ ଲୁଗା ଢ଼ାଙ୍କି ପ୍ରସବ କରାଉଛନ୍ତି। ବ୍ରହ୍ମପୁର ଭଳି ସହରରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ବିଚଳିତ କରିଛି। ଏହି ଦୃଶ୍ୟ ହିଁ ବୟାନ କରୁଛି କିଭଳି ବିଡମ୍ବିତ ହୋଇଛି ମାତୃତ୍ୱ। ଅନ୍ୟପଟେ ମହିଳା ଜଣଙ୍କ ରାସ୍ତାରେ ଘଣ୍ଟାଏ କାଳ ପଡି ଯନ୍ତ୍ରଣା ପାଇବା ପରେ ବି ଆମ୍ବୁଲାନ୍ସ ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଆମ୍ବୁଲାନ୍ସ ପହଁଞ୍ଚି ନଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଘର ପାତ୍ରପୁର ବ୍ଲକର ବୋଲି ଜଣାପଡିଛି।
ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସମ୍ପର୍କୀୟମାନେ ବସ୍ ଯୋଗେ ବ୍ରହ୍ମପୁରକୁ ଆଣିଥିଲେ। ବସ୍ ଷ୍ଟାଣ୍ଡରୁ ଓହ୍ଲାଇବା ପରେ ଯନ୍ତ୍ରଣା ବଢ଼ିଯିବାରୁ ପ୍ରସୂତି ଜଣଙ୍କ ଚାଲି ଚାଲି ମେଡିକାଲକୁ ଯିବା ଆଉ ସମ୍ଭବ ହୋଇନଥିଲା। ତାପରେ ପେଟ ଛକଠାରେ ସେ ରାସ୍ତା ଉପରେ ଶୋଇଯାଇଥିଲେ। ଆଉ ସେହିଠାରେ ହିଁ ଜନ୍ମ ଦେଇଥିଲେ ସନ୍ତାନ।

Comments are closed.