Odisha Link
Bridging the Missing Links in Odisha

ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ:  ପରଲୋକରେ ଅରୁଣ ଜେଟଲୀ। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।

ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତୁ୍ୟ ସହ ଦୀର୍ଘ ଦିନ ଧରି ସଂଗ୍ରାମ କରୁଥିବା ଜେଟଲୀ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।   ପତ୍ନୀ ସଂଗୀତା, ଝିଅ ସୋନାଲି ଓ ପୁଅ ରୋହନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ଜେଟଲୀ।  ମୃତ୍ୟୁ ଶଯ୍ୟାରେ ଅରୁଣଙ୍କର ପରିବାର ସଦସ୍ୟଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଜେପି ସହ ଦେଶର ରାଜନୀତରେ ସୃଷ୍ଟି ହୋଇଛି ଦୁଇ ଦୁଇଟି ଅପୂରଣୀୟ କ୍ଷତି । ଏହି ଦୁଃଖଦ ଖବର ଆସିବା ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି ।ମୃତୁ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।  ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଜେଟଲୀ ଅର୍ଥମନ୍ତ୍ରୀ ଥିଲେ । ମୋଦିଙ୍କ ପ୍ରଥମ ଦଫା ମନ୍ତ୍ରିମଣ୍ଡଳରେ ଜେଟଲୀ ଅର୍ଥମନ୍ତ୍ରୀ ଥିଲେ ।

ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ବି ଜେଟଲୀ ମନ୍ତ୍ରୀ ଥିଲେ।  ୨୦୦୩-୦୪ ମଧ୍ୟରେ ଜେଟଲୀ ଆଇନ ମନ୍ତ୍ରୀ ଥିଲେ।  ୧୯୯୯ରୁ ୨୦୦୦ ପର୍ଯ୍ୟନ୍ତ ଜେଟଲୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ ।  ୨୦୦୦-୦୨ ଓ ୨୦୦୩-୦୪ ମଧ୍ୟରେ ସେ ଆଇନମନ୍ତ୍ରୀ ଥିଲେ ।  ସୁପ୍ରିମକୋର୍ଟରେ ସେ ଜଣେ ଖ୍ୟାତନାମା ଆଇନଜୀବୀ ମଧ୍ୟ ଥିଲେ।

୧୯୫୨ ମସିହା ଡିସେମ୍ବର ୨୮ରେ ଅରୁଣ ଜେଟଲୀ ଜନ୍ମଗ୍ରହଣ କରିଥିଲେ  । ତାଙ୍କ ବାପା ମହାରାଜ କିଶେନ ଜେଟଲୀ ଜଣେ ଓକିଲ ଥିଲେ  । ସେଂଟ ଜାଭିୟରସ ସ୍କୁଲରୁ ଶିକ୍ଷାରମ୍ଭ କରିଥିବା ଜେଟଲୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ  । ସେହି ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଉଦୀୟମାନ ଛାତ୍ରନେତା ଭାବେ ଉଭା ହୋଇଥିଲେ  । ୧୯୭୪ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସଭାପତି ଭାବେ ନିର୍ବାଚିତ ହୋଇଥିଲେ  । ଜଣେ ଓକିଲ ଭାବେ ସେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବେଶ ପ୍ରତିଷ୍ଠା ଅର୍ଜନ କରିପାରିଥିଲେ  । ୧୯୯୧ରେ ସେ ବିଜେପିର କାର୍ଯ୍ୟକାରୀ କମିଟିରେ ସାମିଲ ହେବା ସହ ଦଳରେ ନିଜର ଦବଦବା ଜାହିର କରିଥିଲେ  । ବାଜପାୟୀଙ୍କ ସରକାରରେ ଜେଟଲୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ  । ବାଜପେୟୀ ଓ ଆଡ଼ଭାନୀଙ୍କ ଅମଳରେ ଜେଟଲୀ ଓ ସୁଷମା ସ୍ୱରାଜ ବିଜେପିର ଟାଣୁଆ ନେତା ଭାବେ ପରିଗଣିତ ହେଉଥିଲେ  । ରାଜ୍ୟସଭାରେ ଜେଟଲୀ ଓ ଲୋକସଭାରେ ସୁଷମା ବିଜେପିର ମଙ୍ଗୁଆଳ ସାଜିଥିଲେ  । ମୋଦି ସରକାରରେ ବି ଜେଟଲୀ କ୍ଷମତାଶାଳୀ ମନ୍ତ୍ରୀ ଭାବେ ପରିଗଣିତ ହେଉଥିଲେ  ।

୧୯୮୨ରେ ଜେଟଲୀ ଜାମ୍ମୁକାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ଗିରଧାରୀ ଲାଲ ଡୋଗ୍ରାଙ୍କ ଝିଅଙ୍କୁ ବିବାହ କରିଥିଲେ  । ତାଙ୍କର ଦୁଇ ସନ୍ତାନ ରୋହନ ଓ ସୋନାଲି ଆଇନଜୀବୀ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି  ।

Comments are closed.