Odisha Link
Bridging the Missing Links in Odisha

ଅଶ୍ରୁଳ ବିଦାୟ

ନୂଆଦିଲ୍ଲୀ: ୧ ବର୍ଷ ମଧ୍ୟରେ ଭାରତୀୟ ଜନତା ପାର୍ଟି ତାର ବହୁ ମୁଲ୍ୟ ହରାଇଛି। କାରଣ ବିଜେପି ତାର ବରିଷ୍ଟ ନେତାଙ୍କ ହରାଇବସିଛି। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର, ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନହୋର ପାରିକର, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ ହୋଇଛି। ଆଜି ଆଉ ଏକ ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ହୋଇଛି।

ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁ ତାଙ୍କୁ ଅଗଷ୍ଟ ୯ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା। ବରିଷ୍ଠ ଡାକ୍ତରମାନଙ୍କର ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ଲଗାତାର ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା। ଏମ୍ସ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, ଆଜି ମଧ୍ୟାହ୍ନ ୧୨ଟା ୦୭ ମିନିଟ୍‌ରେ ତାଙ୍କର ପରଲୋକ ହୋଇଥିଲା।

ବିଜେପି ନେତାଙ୍କ ବିୟୋଗ:
ପ୍ରତିଭାବାନ ଜେଟଲିଙ୍କ ପଲଟିକାଲ୍ କ୍ୟାରିୟରରେ ଲାଲକୃଷ୍ଣ ଆଡଭାନୀଙ୍କ ବିଶେଷ ଅବଦାନ ରହିଥିଲା।ପୂର୍ବତନ ପ୍ରଧାନମନ୍ତ୍ରୀ ବାଜେପୟୀଙ୍କ ମନ୍ତ୍ରିମଣ୍ଡଳରେ ପୁଞ୍ଜିପ୍ରତ୍ୟାହାର,ଆଇନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।ବିଜେପି ମୁଖପାତ୍ର, ରାଜ୍ୟସଭାରେ ବିଜେପି ସଂସଦୀୟଦଳ ନେତା ଭାବେ ଦାୟିତ୍ୱ ତୁଲାଇ ଥିଲେ। ତେବେ ଏହାରି ମଧ୍ୟରେ ବିଜେପିର ବରିଷ୍ଠ ନେତାଙ୍କର ମଧ୍ୟ ଦେହାନ୍ତ ହୋଇଛି।

ଅଟଳ ବିହାରୀ ବାଜପେୟୀ:
ଅଟଳ ବିହାରୀ ବାଜପେୟୀ ଭାରତର ପୂୂର୍ବନତ ପ୍ରଧାନମନ୍ତ୍ରୀ ଥିଲେ। ସେ ପ୍ରଥମେ ୧୩ ଦିନ ତାପରେ ୧୩ ମାସ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଏହାପରେ ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୨୪ ମସିହାରେ ଜନ୍ମଗ୍ରହଣ କରିଥିବା ଅଟଳଙ୍କ ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ପରଲୋକ ହୋଇଥିଲା।
ଅନନ୍ତ କୁମାର:
ମୋଦିଙ୍କ ପ୍ରଥମ ପାଳିରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ। ସେ ମୋଦିଙ୍କ ମନ୍ତ୍ରୀମଣ୍ଡଳର ଗୁରୁତ୍ବପୂର୍ଣ୍ଣ ବିଭାଗରେ ଥିଲେ। ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିବା ଅନନ୍ତ ୨୦୧୮ ମସିହା ନଭେମ୍ବର ୧୨ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।
ମନହୋର ପାରିକର:
ମୋଦିଙ୍କ ପ୍ରଥମ ପାଳିରେ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ମନହୋର ପାରିକର କାର୍ଯ୍ୟ ତୁଲାଇଥିଲେ। ଏଥିସହିତ ସେ ଗୋଆର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ମୁଖ୍ୟମନ୍ତ୍ରୀ ଥିବା ଅବସ୍ଥାରେ ହିଁ ତାଙ୍କର ମୁତ୍ୟୁ ହୋଇଥିଲା। ୧୯୫୫ରେ ଜନ୍ମିତ ମନହୋର ୨୦୧୯ ମାର୍ଚ୍ଚ୧୭ ରେ ପରଲୋକ ପ୍ରାପ୍ତି ହୋଇଥିଲେ।
ସୁଷମା ସ୍ବରାଜ:
ମୋଦିଙ୍କ ପ୍ରଥମ ପାଳିରେ ବୈଦଶିକ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ ସୁଷମା ସ୍ବରାଜ। ତାଙ୍କୁ ମଧ୍ୟ ବିଜେପିର ମା ବୋଲି କେହି କେହି ଡାକିଥାନ୍ତି। ଦେଶରେ ୩୭୦ ଧାରା ଉଚ୍ଛେଦକୁ ନେଇ ଆନନ୍ଦ ଉଲ୍ଲାସ ମାହୋଲ ଥିଲାବେଳେ ସବୁଦିନ ପାଇଁ ନିରବୀ ଯାଇଥିଲେ ସୁଷମା। ଅଗଷ୍ଟ ୬ ୨୦୧୯ରେ ସୁଷମାଙ୍କ ପରଲୋକ ହୋଇଥିଲା।

Comments are closed.