Odisha Link
Bridging the Missing Links in Odisha

ପାଣି ନମିଳିବାରୁ ରାସ୍ତାରୋକ

ଆଠଗଡ : ଆଠଗଡ ସହରରେ ପାଣି ପାଇଁ ରାସ୍ତା ରୋକ କରିଛନ୍ତି କନ୍ତଲର ୫ଗୋଟି ୱାର୍ଡ ବାସିନ୍ଦା। ଗତ ତିନି ଦିନ ହେଲା କନ୍ତଲ ୱାର୍ଡରେ ଠିକାଦାର ଏକ କଲଭର୍ଟକୁ ତାଡ଼ିଦେବା ଯୋଗୁଁ ପାଇପ୍ ସବୁ ଫାଟି ଯାଇଛି । ସାଧାରଣ ଲୋକେ ଗତ ତିନି ଦିନ ହେଲା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଆଜି ୱାର୍ଡବାସୀମାନେ ରାସ୍ତା ରୋକ କରିବା ଯୋଗୁଁ ପୁରୁଣା କଟକ ସମ୍ବଲପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି। ପ୍ରଶାସନ, ସହର ଜଳଯୋଗାଣ ବିଭାଗର ପଦାଧିକାରୀ ମାନେ ପହଂଚି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି।

Comments are closed.