Odisha Link
Bridging the Missing Links in Odisha

ପାଖେଇ ଆସିଲା ପାର୍ବଣ : ଦୁର୍ଗାପୂଜା ପାଇଁ ନଦୀପଠାରୁ ଉଠିଲା ଅନୁକୂଳ ମାଟି

କଟକ : ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଜନ୍ମାଷ୍ଟମୀରେ କିଛି ପୂଜା ମଣ୍ଡପ ମାଟି ଅନୁକୂଳ କରିଥିବା ବେଳେ ନନ୍ଦ ଉତ୍ସବରେ ଆଉ କିଛି ପୂଜା ମଣ୍ଡପ ମାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମାଟି ଉଠାଇଛନ୍ତି। ସେଥିପାଇଁ ନଦୀ ପଠାଗୁଡିକରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ପାରମ୍ପରିକ ବାଜା ସହ ହୋମ ଯଜ୍ଞ ଆଉ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପୁଥିଲା ମହାନଦୀ ଓ କାଠଯୋଡି ପଠା। ପୌରାଣିକ ମତ ଅନୁସାରେ ଜନ୍ମାଷ୍ଟମୀରେ ଧରାପୃଷ୍ଠକୁ ଆସିଥିଲେ ବିଜୁଳି କନ୍ୟା। ତେଣୁ ସେହି ଦିନଠୁ ହିଁ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ନଦୀ ପଠାରୁ ମାଟି ଉଠାଯାଏ ।
ଜନ୍ମାଷ୍ଟମୀରେ କଟକର କିଛି ପୂଜା କମିଟି ମାଟି ଉଠାଇଥିବା ବେଳେ ଶନିବାର ନନ୍ଦଉତ୍ସବରେ ବି ପୂଜା କମିଟି ଗୁଡିକ ମାଟି ଉଠାଇଛନ୍ତି। ପ୍ରଥମେ ନଦୀକୁ ପୂଜା କରାଯାଇଥିଲା। ପରେ ମାଟି ମାକୁ ପୂଜା କରି ପୂଜା କମିଟିର ମୁଖିଆମାନେ ମାଟି ଉଠାଇଛନ୍ତି।

Comments are closed.