Odisha Link
Bridging the Missing Links in Odisha

ଫଟୋ ଜରିଆରେ ଜେଟଲୀଙ୍କୁ ମନେପକାଇଲେ କପିଲ

ନୂଆଦିଲ୍ଲୀ: ପରଲୋକରେ ଅରୁଣ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେହାନ୍ତରରେ ଏକ ପୂରୁଣା ଫଟୋ ଜରିଆରେ ସ୍ମୃତି ଚାରଣ କରିଛନ୍ତି ତାଙ୍କ ବିପକ୍ଷ ଦଳ କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ। ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ଜେଟଲୀ ବିଭିନ୍ନ ରାଜନୀତିକ ଦଳର ଲୋକଙ୍କ ସହ କିଭଳି ସୁସମ୍ପର୍କ ରଖିଥିଲେ ତାହା ଏହି ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି। ଏହି ଫଟୋରେ ଉଭୟ ନେତା କ୍ରିକେଟ୍‌ ଜର୍ସି ଏବଂ ବ୍ୟାଟିଂ ଗ୍ଲୋଭ୍‌ସ ପିନ୍ଧିଛନ୍ତି। କେଉଁ ଏକ ପ୍ରଦର୍ଶନୀ କ୍ରିକେଟ୍‌ ମ୍ୟାଚ୍‌ ଚିତ୍ର ପରି ମନେ ହେଉଥିବା ଏହି ଫଟୋଟିରେ କପିଲ ଲେଖିଛନ୍ତି, ଟୁଗେଦର ଇନ୍‌ କ୍ରିକେଟ୍‌।

ଏଥିସହ ସେ ଟ୍ୱିଟ୍‌ରେ ଲେଖିଛନ୍ତି, ଅରୁଣ ଜେଟଲୀଙ୍କ ଦେହାନ୍ତ ବାବଦରେ ଜାଣି ଦୁଃଖ ଅନୁଭବ କରୁଛି। ରାଜନୀତିଜ୍ଞ ଏବଂ ଅର୍ଥ ମନ୍ତ୍ରୀ ହିସାବରେ ଏହି ପୂରୁଣା ବନ୍ଧୁ ଏବଂ ସହଯୋଗୀଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ। ସେ ସବୁ ସମୟରେ ତାଙ୍କ ବନ୍ଧୁମାନଙ୍କ ପାଇଁ ଏବଂ ତାଙ୍କ ଦଳ ପାଇଁ ଶକ୍ତ ଭାବେ ଛିଡ଼ା ହେଉଥିଲେ। ସୂଚନାଯୋଗ୍ୟ ଯେ, ଏହି ଦୁଇ ନେତା ବୃତ୍ତିରେ ଓକିଲ।

Comments are closed.