Odisha Link
Bridging the Missing Links in Odisha

ମା ମାଙ୍ଗଳା ୟୁଥ୍ କ୍ଲବର ଭିନ୍ନ ଧରଣର ଗଣେଶ ପୂଜା

ଭୁବନେଶ୍ୱର : ବୁଦେ୍ଧଶ୍ୱରୀ କଲୋନୀସ୍ଥିତ ମା ମାଙ୍ଗଳା ୟୁଥ କ୍ଲବ ପକ୍ଷରୁ ଗଣେଶ ପୂଜାକୁ ନିଆରା ଢଙ୍ଗରେ ପାଳନ କରାଯିବା ପାଇଁ ଯୋଜନା ହୋଇଛି। ପ୍ରତି ବର୍ଷ ମା ମାଙ୍ଗଳା କ୍ଲବ ଭିନ୍ନ ଧରଣ ଗଣେଶ ମୃତି ପୂଜା କରି ଭୁବନେଶ୍ୱରରେ ରେକର୍ଡ ସ୍ଥାପନ କରିଛନ୍ତି। ବିରୀ, ଗହମ, ଚାଉଳ, ମୁଗ, ବୁଟ, ଡାଲି, ଷୋରିଶ, ମକା ଓ ଜୀରା ଆଦି ଶସ୍ୟରେ ଗଣେଶ ମୃତି ତିଆର କରିବାରେ ନିଆରା ପରମ୍ପରା ଅନୁଷ୍ଠିତ କରିଛନ୍ତି। ଏବର୍ଷ ମଧ୍ୟ ଏକ ଭିନ୍ନ ଧରଣର ଗଣେଶ ମୃତି ତିଆରି ଯୋଜନା ରହିଛି। ଚଳିତ ବର୍ଷ କାଇଁଚ ,କଉଡି ଓ ଧାନରେ ନିର୍ମିତ ହେଉଛି ଗଣେଶ ମୃତି। ୮ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶଙ୍କ ପ୍ରତିମା ପୂଜାରେ ଆକର୍ଷଣର କେନ୍ଦ୍ର ପାଲଟିବ। ଏକ ମାସ ଧରି ମୃତି କାରୀଗର ବିଚିତ୍ରା ନନ୍ଦ ବେହେରା ଓ ମୋଦନ ମୋହନ କାଣ୍ଡି ମୃତି ଗଢିବାରେ ଲାଗିଛନ୍ତି ।

ମା ମାଙ୍ଗଳା କ୍ଲବ ପକ୍ଷରୁ ୧୯୯୫ ମସିହାରେ ଅନୁଷ୍ଠିତ ହୋଇ ଆସୁଛି। ୮ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଣେଶ ପୂଜା ବଜେଟ ରଖାଯାଇଛି। ଚଳିତ ବର୍ଷ ତୋରଣ ମନ୍ଦିର ଆକୃତି ହେବାର ଅଛି। ତୋରଣର ଉଚ୍ଚତା ୫୦ ଫୁଟ ଓ ଚଉଡା ୩୦ ଫୁଟ ରଖାଯାଇଛି। ଆକର୍ଷୀଣୟ ତୋରଣ ସହିତ ଅତି ସୁନ୍ଦର ଆଲୋକ ସଜ୍ଜା ହେବ। ଆଠ ଦିନ ଧରି ପୂଜା ଅନୁଷ୍ଠିତ ହେବ। ପ୍ରଥମ ଦିନରୁ ସୂଯ୍ୟୋଦୟରୁ ସଂକଳ୍ପ, କଳସଯାତ୍ରା ସହିତ ଅନ୍ୟାନ୍ୟ ନୀତି କରାଯିବ। ପ୍ରତି ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା, ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସଭାପତି ସାଗର କୁମାର ପ୍ରଧାନ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଆଚାର୍ଯ୍ୟ, ସହସମ୍ପାଦକ ସମୀର ପଲାଉଡ, କୋଷାଧ୍ୟକ ତପନ କୁମାର ଦାସ, ବସନ୍ତ ବେହେରା, ଶିବ ପ୍ରସାଦ ସାହୁ, ରାକେଶ କୁମାର ବେହେରା, ଏସ୍. କି୍ରଷ୍ଣା, ଦେବାଶିଷ ରାଣା, ସତ୍ୟବାଦୀ ସ୍ୱାଇଁ, ରଜେନ୍ଦ୍ର ସେଠୀ, ଚନ୍ଦନ ସୁଭିଦ୍ଧି, ସୁକାନ୍ତ ସିଂହ ପ୍ରମୁଖ ପୂଜା ଆୟୋଜନରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି।

Comments are closed.