Odisha Link
Bridging the Missing Links in Odisha

ବିଶ୍ରାମଗାର କାନ୍ଥରେ ମାଓପୋଷ୍ଟର

ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣାସ୍ଥିତ ଏକ ବିଶ୍ରାମଗାର କାନ୍ଥରେ ମାଓପୋଷ୍ଟର ଲାଗିଥିବା ଦେଖବାକୁ ମିଳିଛି। ଉକ୍ତ ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନମାନଙ୍କୁ ନକ୍ସଲ ନାମରେ ଗିରଫ କରିବା ବନ୍ଦ କରାଯାଉ ବୋଲି କୁହାଯାଇଛି।
ଏହାସହ ପୁଲିସ ଇନ୍‌ଫର୍ମର ଓ କଣ୍ଟ୍ରାକ୍ଟରମାନେ ପୁଲିସ ଦଲାଲ କାମ କରିବା ବନ୍ଦ କରନ୍ତୁ ବୋଲି ପୋଷ୍ଟରରେ ଲେଖା ହୋଇଛି। ସିକୁନ ସିକକାଙ୍କୁ ତୁରନ୍ତ ଜେଲରୁ ମୁକ୍ତି କରାଯାଉ ଓ ନିୟମଗିରି ଭିଟାମାଟିକୁ ବଞ୍ଚାଓ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସିପିଆଇ ନକ୍ସଲ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ନ ଥିବା ଜଣାଯାଇଛି।

Comments are closed.