Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରେଡ୍ କାର୍ପେଟରେ ସ୍ୱାଗତ କଲେ ଆବୁଧାବି ସରକାର

ଦୁବାଇ: ଆବୁଧାବିରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ଫ୍ରାନ୍ସ ଗସ୍ତ ଶେଷ ପରେ ଏବେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଯୁଏଇରେ ଗସ୍ତରେ। ମୋଦିଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଏହା ଦ୍ୱିତୀୟ ଦେଶ। ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ରେଡ୍ କାର୍ପେଟରେ ଆବୁଧାବି ସରକାର ସ୍ୱାଗତ କରିଥିଲେ। ଏହି ସମୟରେ ଆବୁଧାବିର ରାଜା କ୍ରାଉନ ପ୍ରିନ୍ସ ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନହୟନ ଉପସ୍ଥିତ ଥିଲେ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନହୟନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି କରିବା ସହିତ ଆଞ୍ଚଳିକ ପ୍ରସଙ୍ଗର ଆଲୋଚନା କରିବେ। ଏଥିସହିତ ରୁପେ କାର୍ଡର ମଧ୍ୟ ଶୁଭାରମ୍ଭ କରିବେ।

ଏହି ଗସ୍ତ ସମୟରେ ୟୁଏଇ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଜୟେଦ୍’ରେ ସମ୍ମାନିତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ବାହାରିନ୍ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ଭାରତର କୌଣସି ପ୍ରଧାନମନ୍ତ୍ରୀ ବାହାରିନ୍ ଯାଉଛନ୍ତି। ଯାହାକୁ ନେଇ ବାହାରିନ୍ ବାସୀ ଉତ୍ସାହିତ ଥିବା ଜଣାପଡ଼ିଛି।

Comments are closed.