Odisha Link
Bridging the Missing Links in Odisha

ବିଜେଡି ନେତ୍ରୀଙ୍କୁ ଅଶ୍ଳୀଳ ହ୍ୱାଟସଆପ୍ ମେସେଜ୍

ଭୁବନେଶ୍ୱର : ସୋସିଆଲ ମିଡ଼ିଆ ପାଇଁ କଠୋର ଆଇନ ନଥିବାରୁ ଯୁବସମାଜ ବାଟବଣା ହୋଇଯାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଶହ ଶହ ଭିଡ଼ିଓ ଭାଇରାଲ ହେଉଥିବାବେଳେ ଯୁବତୀମାନଙ୍କୁ ଶହ ଶହ ଅଶ୍ଳୀଳ ମେସେଜ ପ୍ରେରଣ କରାଯାଉଛି । ଏହା ଏବେ କେତେକଙ୍କ ମାନସିକ ରୋଗ ବି ପାଲଟି ଯାଇଛି କହିଲେ ଭୁଲ ହେବ ନାହିଁ। ଏହାର ଏକ ସଦ୍ୟତମ ନଜିର ଦେଖିବାକୁ ମିଳିଛି। ବିଜେଡ଼ି ନେତ୍ରୀ ସୁନୀତା ବିଶ୍ୱାଳ ବି ଏଥିରୁ ବର୍ତିନାହାନ୍ତି। ଏପରି ଏକ ଅଶ୍ଳୀଳ ହରକତର ସମ୍ମୁଖୀନ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ତଥା ବିଜେଡି ନେତ୍ରୀ ସୁନିତା ବିଶ୍ୱାଳ। ତାଙ୍କ ହ୍ୱାଟସଆପକୁ ଜଣେ ଯୁବକ କଦର୍ଯ୍ୟ ଅଶ୍ଳୀଳ ମେସେଜ୍ ପଠାଇଛି। ଏ ସମ୍ପର୍କରେ ସୁନୀତା କହିଛନ୍ତିଯେ, ମେସେଜ ପଠାଇଥିବା ଉକ୍ତ ଯୁବକର ଠିକଣା ମିଳିଯାଇଛି। ତା ଘର କଟକରେ ଓ ସେ ସମ୍ଭବତଃ ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜରେ ପଢ଼ୁଛି। ଏ ନେଇ ସେ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦେବେ ବୋଲି ସୁନୀତା କହିଛନ୍ତି।

Comments are closed.