Odisha Link
Bridging the Missing Links in Odisha

ନିଗମବୋଧ ଘାଟରେ ଆଜି ହେବ ଜେଟଲୀଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ହେବ। ଏବେ ତାଙ୍କ ମର ଶରୀର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି। ଦଳୀୟ ନେତା, କର୍ମୀ ଓ ସମର୍ଥକ ଜେଟଲୀଙ୍କ ଶେଷ ଦର୍ଶନ କରୁଛନ୍ତି। ଅପରାହ୍ନ ୧ଟାରୁ ୨ଟା ୩୦ ମଧ୍ୟରେ ଜେଟଲୀଙ୍କ ମର ଶରୀରକୁ ଯମୁନା ନଦୀ କୂଳରେ ଥିବା ନିଗମବୋଧ ଶଶ୍ମାନ ଘାଟକୁ ନିଆଯିବ। ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ନିଗମବୋଧ ଶ୍ମଶାନ ଘାଟ ୮ କିଲୋମିଟର ଦୂରତା ରହିଛି। ଏକ ସୁସଜ୍ଜିତ ଗାଡ଼ିରେ ଦଳୀୟ କର୍ମୀ ଓ ସମର୍ଥକ ମାନେ ତାଙ୍କୁ ଶ୍ମଶାନ ଘାଟକୁ ନେବେ।

ଗତକାଲି ମଧ୍ୟାହ୍ନ ୧୨ଟା ୦୭ ମିନିଟ ସମୟରେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ଜେଟଲୀଙ୍କ ମୃତ୍ୟୁ ଘଟିଥିଲା। ଅଗଷ୍ଟ ୯ ସକାଳ ୧୦ଟା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏମ୍ସର ଏକ ବିଶେଷଜ୍ଞ ଟିମ୍ ନଜର ରଖିଥିଲା।

Comments are closed.