Odisha Link
Bridging the Missing Links in Odisha

ଇତିହାସ ହୋଇଗଲା ଜମ୍ମୁ-କଶ୍ମୀର ପତାକା, ଶ୍ରୀନଗର ସଚିବାଳୟରେ ଉଡ଼ିଲା ତ୍ରିରଙ୍ଗା

ଶ୍ରୀନଗର: ଶ୍ରୀନଗରରେ ଲାଗିଲା ଜାତୀୟ ପତାକା। ଆଜି ଶ୍ରୀନଗର ସଚିବାଳୟରୁ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପତାକାକୁ ହଟାଇ ଜାତୀୟ ପତାକା ଲଗାଯାଇଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ସଚିବାଳୟରେ କେବଳ ଜାତୀୟ ପତାକା ଲାଗିଛି। ଗତ ଦୁଇ ସପ୍ତାହ ହେଲା ଉଭୟ ପତାକା ସଚିବାଳୟରେ ଉଡ଼ା ଯାଉଥିଲା। କିନ୍ତୁ ଏବେ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ପତାକାକୁ ହଟାଇ ଦିଆଯାଇଛି। ଏବେ ସମସ୍ତ ସରକାରୀ ଅଫିସ ଉପରେ ଜାତୀୟ ପତାକା ଲଗାଯିବ ବୋଲି ଜମ୍ମୁ କଶ୍ମୀର ସରକାରର ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରକୁ ଧାରା ୩୭୦ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିଲା। ଏଥିପାଇଁ ରାଜ୍ୟର ନିଜସ୍ୱ ଏକ ପତାକା ରହିଥିଲା। ଏବେ ଏହି ଧାରା ହଟିବା ସହ ସେତେବେଳର ସମସ୍ତ ଆଇନ ହଟିଯାଇଛି। ଏବେ ଅନ୍ୟ ରାଜ୍ୟର ଲୋକ ମଧ୍ୟ ଜମ୍ମୁ କଶ୍ମୀରରେ ଆସି ଘର କରିପାରିବବେ। ଏମିତିକି ବ୍ୟବସାୟ ମଧ୍ୟ କରିପାରିବେ। ତା’ ସହ ଅନ୍ୟ ରାଜ୍ୟର ଅଧିବାସୀଙ୍କ ସହ ବୈବାହିକ ସମ୍ପର୍କ ସ୍ଥାପନ କରିପାରିବେ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଗୋଟିଏ ଜମ୍ମୁ କଶ୍ମୀର ରହିଥିବା ବେଳେ ଅନ୍ୟଟି ଲଦାଖ ରହିଛି। ନବଗଠିତ ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ନୂଆ ଉପରାଜ୍ୟପାଳ ଭାବରେ ସତ୍ୟପାଲ ମଲ୍ଲିକ ନିଯୁକ୍ତ ହୋଇଛନ୍ତି। ଲଦାଖରେ ବିଧାନସଭା ରହିବ ନାହିଁ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଜମ୍ମୁ କଶ୍ମୀରର ବିଧାନସଭା ରହିବ। ପୂର୍ବରୁ ଏହି ରାଜ୍ୟର ସରକାରଙ୍କ କାର୍ଯ୍ୟକାଳ ୬ ବର୍ଷ ରହୁଥିଲା ଏବେ ଏହା ସମସ୍ତ ରାଜ୍ୟ ସରକାରର କାର୍ଯ୍ୟ ଅବଧି ଭଳି ୫ ବର୍ଷ ରହିଛି।

Comments are closed.