Odisha Link
Bridging the Missing Links in Odisha

ମୋଦିଙ୍କ ‘ମନ୍‌ କି ବାତ୍’: ଗାନ୍ଧିଙ୍କ ଜୀବନରୁ ପ୍ରେରଣା ନିଅ, ପ୍ଲାଷ୍ଟିକ୍‌ ବିରୋଧରେ ହେବ ଜନଆନ୍ଦୋଳନ

ନୂଆଦିଲ୍ଲୀ: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ମନକଥା ଜଣାଇଛନ୍ତି। ପ୍ରତିମାସ ପରି ଏମାସର ଶେଷ ରବିବାରରେ ସମଗ୍ର ଦେଶବାସୀଙ୍କୁ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ମାଧ୍ୟମରେ ସମ୍ବୋନ୍ଧିତ କରିଛନ୍ତି ମୋଦି। ଏହା ମୋଦିଙ୍କ ଦ୍ବିତୀୟ ପାଳିର ତୃତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ। ଏହି ଅବସରରେ ମୋଦି ପୂଜା ପାର୍ବଣ, ବର୍ଷାର ସ୍ପର୍ଶ, ସ୍ୱଚ୍ଛତା ଅଭିଯାନ, ନିୟୁ ଇଣ୍ଡିଆ, ଗାନ୍ଧୀ ଜୟନ୍ତୀ ଇତ୍ୟାଦି ବିଷୟରେ ଆଲୋକପାତ କରିଛନ୍ତି।

ମୋଦି କହିଛନ୍ତି କି, ଆମ ଦେଶ ଗୋଟିଏ ପଟେ ବର୍ଷାର ଆନନ୍ଦ ଉଠାଉଥିବା ବେଳେ ଅନ୍ୟ ପଟେ ହିନ୍ଦୁସ୍ତାନର କୌଣସୀ ନା କୌଣସୀ କୋଣରେ ଉତ୍ସବ ମେଳାରେ ଚଳଚଞ୍ଚଳ ହୋଇ ଉଠିଛି। ଦୀପାବଳୀ ପର୍ଯ୍ୟନ୍ତ ସବୁକିଛି ଏଭଳି ଚାଲିବ। ଗତକାଲି ଦେଶ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ ପାଳନ କରୁଥିଲା ଦେଶ। ତେବେ ଭାରତ ପୁଣି ଏକ ବଡ ଉତ୍ସବ ପାଳନ କରିବାକୁ ଯାଉଛି। ସବୁଆଡେ ଏହି ବିଷୟରେ ଚର୍ଚ୍ଚା ହେଉଛି। ଦେଶ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛି। ତେବେ ଗାନ୍ଧୀ ସେବାକୁ କେବଳ ଶବ୍ଦରେ ନୁହେଁ କାମରେ କରି ଦେଖାଇଥିଲେ। ସତ୍ୟର ସାଥ, ଗାନ୍ଧୀଙ୍କର ଯେତିକି ଅତୁଟ ସାଥ ଥିଲା ସେହିଭଳି ସେବା ସହ ତାଙ୍କର ଅତୁଳନୀୟ ସାଥ ଥିଲା। ସେ କେବଳ ଭାରତବାସୀଙ୍କ ସ୍ୱର ନୁହେଁ ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ମାନବ ମୂଲ୍ୟ, ମାନବ ଗାରିମା ପାଇଁ ଏକ ପ୍ରକାରର ବିଶ୍ୱର ସ୍ୱର ହୋଇ ପାରିଛନ୍ତି। ପୂର୍ବରୁ ଅକ୍ଟୋବର ୨ର ୨ସପ୍ତାହ ପୂର୍ବରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କରାଯାଉଥିଲା କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ୧୧ରେ ଏହି ଅଭିଯାନ ଆରମ୍ଭ ହେବ ବୋଲି ମୋଦି କହିଛନ୍ତି।

ଚଳିତ ବର୍ଷ ବାପୁଙ୍କ ଜନ୍ମଦିନ ଅବସରରେ ପ୍ଲାଷ୍ଟିକ ବିରୋଧରେ ଏକ ଜନ ଆନ୍ଦୋଳନ ସୃଷ୍ଟି ହେବ ।ଆମ ସଂସ୍କୃତିରେ ଅନ୍ନର ମହିମା ରହିଛି। ସନ୍ତୁଳନ ଏବଂ ପୋଷକ ଭୋଜନ ଆମ ସମସ୍ତଙ୍କ ପାଇଁ ନିତାନ୍ତ ଜରୁରୀ। କିନ୍ତୁ ଆଜି ଜନ ଜାଗରଣ ଅଭାବରେ ଗରୀବ ଓ କୁପୋଷଣରେ ବହୁ ପରିବାର ପ୍ରଭାବିତ। ସମ୍ପୂର୍ଣ୍ଣ ଦେଶରେ ସେପ୍ଟେମ୍ବର ମାସରେ ପୋଷଣ ଅଭିଯାନ ପାଳନ କରାଯିବ। ଏଥିରେ ଯୋଡି ହେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ସେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ଏକ ବିଶେଷ ଶ୍ରମଦାନ ଉତ୍ସବ ରୂପରେ ପାଳନ କରିବାକୁ ଯାଉଛନ୍ତି।

ଅନ୍ତରଷ୍ଟ୍ରୀୟ ଯୋଗ ଦିବସ କାରଣରୁ ଦୁନିଆର ଯାହା ସହ ସାକ୍ଷାତ କଲେ ସେ ମୋତେ ଯୋଗ ସମ୍ବନ୍ଧିତ କିଛି ନା କିଛି ପ୍ରଶ୍ନ ପଚାରନ୍ତି। ଏହି ସମୟରେ ସେ ମ୍ୟାନ ଭର୍ସେସ୍ ୱାଇଲ୍ଡ ବିଷୟରେ କହିବାକୁ ଯାଇ କହିଛନ୍ତି କି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ସଂସ୍କାର ଯାତ୍ରାରେ ପ୍ରକୃତି ପ୍ରତି ସମ୍ବେନ୍ଦନଶୀଳତା, ଭାରତର ପରମ୍ପରା ବିଶ୍ୱ ସ୍ତରରେ ଗଭୀର ରେଖାପାତ କରିବ। ନିଜ ଜୀବନରେ ଥରେ ମାତ୍ର ଉତ୍ତର ଦକ୍ଷିଣ ପଟକୁ ଯାଆନ୍ତୁ। ଦେଖିବେ ଆପଣ ପ୍ରକୃତିକୁ ଦେଖି ଆପଣଙ୍କ ଆଖି ଲାଖିଯିବ। ଆପଣଙ୍କ ଭିତରେ ଏକ ନୂତନ ଚିନ୍ତାଧାରାର ବିସ୍ତାର ହେବ। ଏହା ନିୟୁ ଇଣ୍ଡିଆ। ଆମେ ଆମ ଲକ୍ଷ୍ୟ ଖୁବ୍ ଶୀଘ୍ର ପୂରଣ କରୁଛେ। ୨୦୧୯ରେ ଆମେ ବାଘ ସଂଖ୍ୟା ଦୁଇଗୁଣ କରିଛେ। ଭାରତରେ ଏବେ ବାଘ ସଂଖ୍ୟା ୨୯୬୭ ରହିଛି।

Comments are closed.