Odisha Link
Bridging the Missing Links in Odisha

ନୟାଗଡ଼ରେ ଅରୁଣ ସାହୁଙ୍କ ଜନଶୁଣାଣି, ଦେଖନ୍ତୁ ଭିଡିଓ

ନୟାଗଡ଼: ଆଜି ସକାଳୁ ନୟାଗଡ଼ରେ ଜନଶୁଣାଣି ସମାବେଶ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ।

ନୟାଗଡ଼ ବସଷ୍ଟାଣ୍ଡ ଠାରେ ଆୟୋଜିତ ଏହି ଜନଶୁଣାଣି ଅବସରରେ ନିର୍ବାଚନ ମଣ୍ଡଳିର ପ୍ରାୟ ୬୦୦ରୁ ଅଧିକ ଲୋକଙ୍କ ଅଭିଯୋଗ ଓ ଅନୁରୋଧ ଶୁଣିବା ସହ ସେସବୁର ସମାଧାନର ବାଟ ଖୋଜିଥିଲେ ମନ୍ତ୍ରୀ ଶ୍ରୀ ସାହୁ।

ରାଜ୍ୟର ପ୍ରଥମ ବିଧାୟକ ଭାବେ ସେ ପ୍ରତିମାସରେ ଏଭଳି ସର୍ବସାଧାରଣ ସ୍ଥାନରେ ନିଜ ଅଞ୍ଚଳବାସୀଙ୍କ ହାନିଲାଭ ବୁଝିବା ପାଇ’ ଜନଶୁଣାଣିର ପରିକଳ୍ପନା କରିଛନ୍ତି। ପ୍ରତିମାସରେ ଦୁଇଦିନ (ଗୋଟିଏ ଦିନ ନୟାଗଡ଼ରେ ଓ ଅନ୍ୟ ଦିନ ଓଡ଼ଗାଁରେ) ଏଭଳି ଜନଶୁଣାଣି କରିବାର ସଂକଳ୍ପ ନେଇଛନ୍ତି ଶ୍ରୀ ସାହୁ। ଏଭଳି କରିବା ଦ୍ବାରା ଜନସମସ୍ୟାର ତ୍ବରିତ ସମାଧାନ ହେବ ବୋଲି ଶ୍ରୀ ସାହୁ ମତ ଦେଇଛନ୍ତି। ଏଥି ସହ ଜନଶୁଣାଣି ଦ୍ବାରା ସେ ନିଜେ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇପାରିବେ ସ ସେହି ଅନୁସାରେ ଯୋଜନା ପ୍ରଣୟନ ବେଳେ ମତ ରଖିପାରିବେ ବୋଲି କହିଛନ୍ତି।

Comments are closed.