Odisha Link
Bridging the Missing Links in Odisha

ଆସୁଛି ଆଉ ଦୁଇଟି ଲଘୁଚାପ

ଭୁବନେଶ୍ବର : ପୁଣି ଦୁଇଟି ଲଘୁଚାପ ବଙ୍ଗୋପସାଗରରେ ଦାନା ବାନ୍ଧୁଛି। ପ୍ରଥମେ ୨୮ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୯ରୁ ଏହା ଲଘୁଚାପରେ ପରିଣତ ହେବ। ଏହାପରେ ସେପ୍ଟେମ୍ବର ୨ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଦୁଇଟି ଯାକ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ବର୍ତ୍ତମାନ ଲଘୁଚାପ ପ୍ରଭାବରେ ଯେଉଁ ବର୍ଷା ହେଉଛି, ତା’ଠାରୁ ଅଧିକ ବର୍ଷା ଏହି ଦୁଇଟି ଲଘୁଚାପ ପ୍ରଭାବରେ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ୍ -ଜୁଲାଇରେ ରାଜ୍ୟରେ ସ୍ବଳ୍ପ ବୃଷ୍ଟି ଦେଖାଯାଇଥିବା ବେଳେ ଅଗଷ୍ଟ ଓ ସେପ୍ଟେମ୍ବରରେ ଏହା ଭରଣା ହେବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗର କହିବା କଥା ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେଉଛି।

ଆସନ୍ତାକାଲି ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅଭିମୁଖେ ଏହା ଗତି କରିବ। ଏହାପରେ ପଶ୍ଚିମମୁହାଁ ହୋଇ ମଧ୍ୟପ୍ରଦେଶ ଦେଇ ଗୁଜୁରାଟ ଯିବ। ହେଲେ ୨୮ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୬ ଓ ୨୭ ତାରିଖରେ ସାରା ରାଜ୍ୟରେ ପାଗ ମେଘୁଆ ରହିବ। ଯାଜପୁର-ସମ୍ବଲପୁର ସଂଲଗ୍ନ ସରଳରେଖାର ଉତ୍ତରରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

Comments are closed.