Odisha Link
Bridging the Missing Links in Odisha

ନବୀନ ନିବାସରେ ସଦସ୍ୟ ସଂଗ୍ରହ ଅଭିଯାନ କମିଟି ବୈଠକ

ଭୁବନେଶ୍ୱର : ବିଜେପି ତା’ର ସଭ୍ୟ ସଂଗ୍ରହ ପ୍ରକ୍ରିୟା ଶେଷ କରିବା ପରେ ବିଜେଡି ମଧ୍ୟ ସମାନ ରଣନୀତି ଆପଣାଇଛି। ଆସନ୍ତା ୨ ତାରିଖରୁ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ଏନେଇ ସୋମବାର ନବୀନ ନିବାସରେ ସଦସ୍ୟ ସଂଗ୍ରହ ଅଭିଯାନ କମିଟିର ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ ଓ ସଞ୍ଜୟ ଦାସ ବର୍ମା ପ୍ରମୁଖ ଉପସ୍ଥିତ ଅଛନ୍ତି।
ପ୍ରକାଶ ଯେ, ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନର ନୀରିକ୍ଷଣ ଓ ସମନ୍ୱୟ ପାଇଁ ବିଜେଡ଼ି ସଭାପତି ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ଆବାହକ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର। ସେହିପରି ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଳିକ, ସଂଜୟ କୁମାର ଦାସବର୍ମା, ପ୍ରତାପ କେଶରୀ ଦେବ, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ପ୍ରକାଶ ଦାସ ଏହି କମିଟିରେ ରହିଛନ୍ତି। ବିଜେଡ଼ି ସଭାପତିଙ୍କ ଏହି ନିଷ୍ପତି ସଂକ୍ରାନ୍ତରେ ସୂଚନା ଦେଇ ଦଳର ସାଧାରଣ ସମ୍ପାଦକ ତଥା ଯୁବକଲ୍ୟାଣ ବୋଡର଼୍ ଅଧ୍ୟକ୍ଷ ବିଜୟ ନାୟକ ଗଣମାଧ୍ୟମକୁ ଏହା କହିଛନ୍ତି।

Comments are closed.